ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର ନେଲେ ଅକ୍ଷୟ କୁମାର, ପଚାରିଲେ ଏଭଳି ପ୍ରଶ୍ନ

ବର୍ତ୍ତମାନ ବଲିଉଡ୍ ର ନାୟକ ଅକ୍ଷୟ କୁମାର ସୋସିଆଲ ମିଡ଼ିଆ ରେ ଏକ ବଡ଼ ଖବର ସେୟାର କରିଛନ୍ତି। ସେ ଟୁଇଟ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସହ ନିଜ ସାକ୍ଷାତକାର ଖବର କୁ ସେୟାର କରିଛନ୍ତି। ଏବଂ ସେ ଏଥିରେ ପ୍ରଧାନମନ୍ତ୍ରୀ ଙ୍କୁ କିଛି ପ୍ରଶ୍ନ ମଧ୍ୟ ପଚାରିଥିଲେ। ଯାହା କି ସମ୍ପୂର୍ଣ୍ଣ ଭାବରେ ନନ୍ ପଲିଟିକାଲ ବୋଲି ସେ କହିଛନ୍ତି।

ଅକ୍ଷୟ କୁମାର ସେୟାର କରିଥିବା ପ୍ରମୋ ରେ ଦେଖିବାକୁ ମିଳିଛି କି ଅକ୍ଷୟ କୁମାର ତାଙ୍କୁ ପ୍ରଶ୍ନ କରିଛନ୍ତି ଯେ ଯେମିତି ମୁଁ ନିଜେ ମୋ ଘରେ ମୋ ମା ଙ୍କ ସହ ରହୁଛି, ଆପଣଙ୍କ ର କଣ ଇଚ୍ଛା ହୁଏନି ଆପଣଙ୍କ ମା ଙ୍କ ସହ ରହିବାକୁ?

ଏହା ସହିତ ଭିଡ଼ିଓ କ୍ୟାପସନ୍ ରେ ଅକ୍ଷୟ କୁମାର ଲେଖିଛନ୍ତି, ଯେ ସମ୍ପ୍ରତି ପୁରା ଦେଶ ନିର୍ବାଚନ ଓ ରାଜନୀତି ବିଷୟରେ ଆଲୋଚନା କରୁଛନ୍ତି, ଏଥିରେ ଟିକିଏ ବ୍ରେକ ନିଅନ୍ତୁ। କିନ୍ତୁ ଅକ୍ଷୟ କୁମାର ଙ୍କୁ ମୋଦି ଙ୍କ ସହିତ ନନ୍ ପଲିଟିକାଲ କଥାବାର୍ତ୍ତା ହେବାର ସୌଭାଗ୍ୟ ପାଇଛନ୍ତି। ଯାହାଦ୍ବାରା ସେ କିଛି ଅଜଣା ତଥ୍ୟ ପାଇଁ ପାରିବେ।

ଏହା ସହିତ ଅକ୍ଷୟ କୁମାର ଙ୍କ ସହ ନନ୍ ପଲିଟିକାଲ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ମଧ୍ୟ ଖୁସି ଲାଗିଲା ବୋଲି ମୋଦୀ ନିଜ ଆକାଉଣ୍ଟ୍ ରେ ଟୁଇଟ କରିଛନ୍ତି।

Leave a Reply

Your email address will not be published. Required fields are marked *