ଟ୍ରେନରେ ଚାନ୍ଦା ଆଦାୟ ପାଇଁ ବର୍ଷକ ମଧ୍ୟରେ ୨୦ ହଜାର କିନ୍ନର ଗିରଫ ହେଇସାରିଲେଣି

ପ୍ରକୃତିର ବିଚିତ୍ର ନିୟମ ଅନୁଯାଇ କିନ୍ନର ଙ୍କ ସୃଷ୍ଟି I ସାଧାରଣତଃ ଏମାନେ ସବୁବେଳେ ଟାହି ଟାପରା ର ଶିକାର ହେଇଥାନ୍ତି I ଏବେ କିନ୍ତୁ ସମୟ ବଦଳିଲାଣି ଧୀରେ ଧୀରେ ସମାଜ ର ମୁଖ୍ୟ ସ୍ରୋତରେ ଏମାନେ ଜଡିତ ହେଲେଣି I ବହୁ କିନ୍ନର ସମାଜର ବଡ ବଡ ପଦ ପଦବୀ ରେ ଅବସ୍ତିତ ,ତଥାପି କିନ୍ନର ଙ୍କ ନାମରେ ସବୁବେଳେ ସଙ୍ଗୀନ ଅଭିଯୋଗ ଆସେ କି ସେମାନେ ସାଧାରଣ ଲୋକଙ୍କୁ ହଇରାଣ କରିବାର I ଏହାର କିଛି ନଜିର ମଧ୍ୟ ରହିଅଛି ,ଯେପରିକି ଖଣ୍ଡଗିରି ର ନାଗା ବାବାଙ୍କୁ ଘୋଷାଡ଼ି ପିଟିବା ,ତେବେ ଟ୍ରେନ ରେ କିଛି କିନ୍ନର ଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି I

ସାଧାରଣତ ଯେଉଁମାନେ ଟଙ୍କା ପଇସା ନଦିଅନ୍ତି ସେମାନଙ୍କୁ ଅଶ୍ଳୀଳ ଏବଂ କଦର୍ଯ୍ୟ ଭାବେ ଗାଳି ଗୁଲଜ ସହିତ ହଇରାଣ କରୁଥିବାର ବହୁ ଅଭିଯୋଗ ଆସେ I ଏମିତିକି ପଇସା ନଦେବାରୁ ଦକ୍ଷିଣ ପୂର୍ବ ମଧ୍ୟ ରେଳବାଇ ସାଲେମ ଡିଭିଜନ୍‌ରେ ଫେବୃଆରୀ 2018 ରେ ଦୁଇଜଣ ଯାତ୍ରୀଙ୍କୁ ଙ୍କୁ ଟ୍ରେନ ରୁ କିଛି କିନ୍ନର ଠେଲି ଦେଇଥିଲେ ଯେଉଁଥିରେ କି ଜଣେ ମୃତ୍ୟୁ ବରଣ କରିଥିଲା I ଏହି ଘଟଣାରେ କିନ୍ନର ଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରେଳବାଇ ବୋର୍ଡ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା I

ସମସ୍ତ ଟ୍ରେନ୍‌ ଗୁଡିକୁ କିନ୍ନର ମୁକ୍ତ ନିମନ୍ତେ ନିର୍ଦେଶ ଦେଇଥିଲେ ଯାହାକୁ ସବୁ ମହଲ ରୁ ସ୍ୱାଗତ କରାଯାଇଥିଲା I ତେବେ କେବଳ ଘୋଷଣା ନୁହେଁ ୟା ମଧ୍ୟରେ ରେଳ ବିଭାଗ ବହୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଲେଣି I ସୂଚନା ଅନୁଯାଇ ପ୍ରତ୍ୟକ ଦିନ ରେଳ ସୁରକ୍ଷାକର୍ମୀ ଙ୍କ ଦ୍ୱାରା ସମସ୍ତ ଟ୍ରେନ ରେ କିନ୍ନର ଙ୍କ ଗତିବିଦ୍ଧି ଉପରେ ତିକ୍ଷମ ନଜର ରଖାଯାଇ ଯେଉଁଠି ଯାତ୍ରୀ ଙ୍କୁ ହଇରାଣ କରାଯାଉଛି ସେଠାରେ ତୁରନ୍ତ ଗିରଫ କରାଯାଉଛି ,

ମିଳିଥିବା ସୂଚନା ଅନୁଯାଇ ବିଗତ ବର୍ଷକ ମଧ୍ୟରେ ପାଖାପାଖି ୨୦ ହଜାର କିନ୍ନର ଗିରଫ ହେଇସାରିଲେଣି ଏନେଇ ରେଳବାଇ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *