ଜ୍ୱାଇଁ ଚର୍ଚ୍ଚା : ଜ୍ୱାଇଁ ଙ୍କୁ ବାଇକ୍‌ରେ ବାନ୍ଧି ରାସ୍ତାରେ ବୁଲାଇଲେ ଶାଳକ

ସାଧାରଣତଃ ପରିବାରରେ କଳି ଝଗଡା ଲାଗି ରହିଥାଏ I ତେବେ ଘରୋଇ କଳି ଝଗଡା ଯେ ଏପରି ଭୟଙ୍କର ହେଇପାରେ ତାହାର ଝଲକ ଦେଖିବାକୁ ମିଳିଛି ଅନୁଗୁଳ ରେ I ସୂଚନା ଅନୁଯାଇ କଣିହାଁ ଥାନା ଅନ୍ତର୍ଗତ ଦଣ୍ଡସିଂହା ଗ୍ରାମରେ ଦୁଃଖବନ୍ଧୁ ସାହୁ ଏବଂ ପତ୍ନୀ ଙ୍କ ମଧ୍ୟରେ ଅଧିକାଂଶ ସମୟରେ ପାରିବାରିକ ଝଗଡା ଲାଗିରହୁଥିଲା ଯାହାର ପ୍ରମୁଖ କାରଣ ଥିଲା ନିଶା ସେବନ I ତେବେ ଗତ ୧୫ ତାରିଖରେ ପ୍ରବଳ ଝଗଡା ଲାଗିବାରୁ ମାରପିଟ ହେଇଥିଲା ,ଘଟଣାକୁ ସମାଧାନ କରିବାକୁ ତା ପରଦିନ ଶ୍ୱଶୁର ଘର ଲୋକେ ପହଞ୍ଚି ସମାଧାନ କରିବାକୁ ଉଦ୍ୟମ କରିଥିଲେ

Iକିନ୍ତୁ ସମାଧାନ ପରିବର୍ତେ ଝଗଡା ଆହୁରି ବଢିବାକୁ ଲାଗିଥିଲା I ଶଶୁର ଘର ଲୋକେ ଏବଂ ଦୁଖବନ୍ଧୁ ଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହେବାରୁ ଜ୍ୱାଇଁ ଙ୍କୁ ଥାନାକୁ ନେବାକୁ ଶଶୁରଘର ପକ୍ଷରୁ ଚେଷ୍ଟା କରିଥିଲେ Iକିନ୍ତୁ ପରିସ୍ଥିତି ଅଧିକ ବିଗିଡି ଯାଉଥିବାରୁ ଶେଷରେ ଦୁଖଃବନ୍ଧୁ ଙ୍କ ପତ୍ନୀ ଙ୍କ ଭାଇ ତାଙ୍କୁ ଏକ ବାଇକ ରେ ବାନ୍ଧି ରାସ୍ତାରେ ଥାନାକୁ ନେଇଯାଉଥିଲେ I

ବାଟରେ ପୋଲିସ ଗାଡି ଆସିବାରୁ ବାଇକ ଛାଡି ସେଠାରୁ ପଳାଇଥିଲେ ଚାଳକ I ପୋଲିସ ତାଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I

Leave a Reply

Your email address will not be published. Required fields are marked *