ଅରୁଣାଚଳ ଓ ପୁରା ଜାମ୍ମୁ-କାଶ୍ମୀର ଭାରତର ଅଂଶ :ପ୍ରଥମଥର ପାଇଁ ଦାବି କଲା ଚୀନ

ଜାମ୍ମୁ ଏବଂ କାଶ୍ମୀର କୁ ନେଇ ସବୁବେଳେ ଚର୍ଚ୍ଚା I ଭାରତ ର ଏହି ଭୁ ସ୍ୱର୍ଗ କୁ ସବୁବେଳେ ପାକିସ୍ତାନ ଅଧିକୃତ କରିନେବାକୁ ହୀନ ଉଦ୍ୟମ କରୁଥିବା ବେଳେ ଭାରତ ମଧ୍ୟ ନିଜର ମର୍ଯ୍ୟାଦା ରଖିବାକୁ ନିଜ ଜାମ୍ମୁ କାଶ୍ମୀର କୁ କଦାପି ହାତ ଛଡା କରିବାକୁ ଦେଉନାହିଁ I ତେବେ ଏ ପରିପ୍ରେକ୍ଷୀରେ ପାକିସ୍ତାନ କୁ ସମର୍ଥନ କରୁଥିବା ଚୀନ ସବୁବେଳେ ନିଜର ନକ୍ସାରେ ଚଙକ(ପାକିସ୍ତାନ ଅଧିକୃତ କାଶ୍ମୀର) କୁ ପାକିସ୍ତାନର ଅଂଶ ବୋଲି ଦର୍ଶାଇଥାଏ I ଅରୁଣାଚଳକୁ ନେଇ ଭାରତ ଏବଂ ଚୀନ ମଧ୍ୟରେ ମତଭେଦ ରହିଆସିଛି I ତେବେ ଚୀନ ରେ ଆୟୋଜିତ ବୋଲ୍ଟ ଆଣ୍ଡ ରୋଡ(BRI) ଫୋରମର ନକ୍ସା ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଛି I

କାହିଁକିନା ପାକିସ୍ତାନ କୁ ସମର୍ଥନ କରୁଥିବା ଚୀନ ପ୍ରଥମ ଥର ପାଇଁ ଭାରତ ସପକ୍ଷରେ ମତ ରଖିଛି I ଚୀନ୍ ନକ୍ସାରେ ଅରୁଣାଚଳ ଏବଂ ପୁରା ଜାମ୍ମୁ-କାଶ୍ମୀର ଭାରତର ଅଂଶ ବୋଲି ଚୀନ ଉଲ୍ଲେଖ କରିଛି I ଚୀନ ର ଏପରି କାର୍ଯ୍ୟକୁ ସାରା ଭାରତୀୟ ପ୍ରସଂଶା କରିଛନ୍ତି I

Leave a Reply

Your email address will not be published. Required fields are marked *