ବଜାର ଦର ଆକାଶ ଛୁଆଁ; ଆଳୁ ପରେ ଡାଲି, କି‌ଲୋ ୯୦ ଛୁଇଁଲା

ବର୍ତ୍ତମାନ ଖାଉଟି ମାନଙ୍କ ଭିତରେ ଦେଖାଯାଇଛି ଆତଙ୍କ। ବର୍ତ୍ତମାନ ଆଳୁ, ଡାଲି ପ୍ରଭୃତି ଖାଦ୍ୟ ଦର ବୃଦ୍ଧି ଘଟି ଖାଉଟି ମାନେ କନ୍ଦେଇବାକୁ ବସିଲାଣି। ଗତ ଗୋଟିଏ ସପ୍ତାହ ମଧ୍ୟରେ ଆଳୁ ର ଦର ବୃଦ୍ଧି ଘଟିଥିଲା। ହଠାତ୍ ୮ ଟଙ୍କା ରୁ ବୃଦ୍ଧି ଘଟି ୧୫ ଟଙ୍କା ରେ ପହଞ୍ଚିଥିଲା। କିନ୍ତୁ ବର୍ତ୍ତମାନ ଆଳୁ ପରେ ପାଳି ପଡ଼ିଛି ଡାଲି ର। ଡାଲି ଦର ବର୍ତ୍ତମାନ କିଲୋ ପିଛା ୯୦ ଟଙ୍କା ରେପ୍ ପହଞ୍ଚିଲାଣି। ଖୁବ୍ ଶୀଘ୍ର ଏହା ୧୦୦ ଟଙ୍କା ରେ ପହଞ୍ଚିବ ବୋଲି ଆଶଙ୍କା କରାଯାଉଛି। ତେଣୁ ଏହାକୁ ନେଇ ବର୍ତ୍ତମାନ ଖାଉଟି ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଛି। ଅମଳ ଓ ଆମଦାନୀ ରେ ସମସ୍ୟା ନଥିଲେ ମଧ୍ୟ ସରକାର ଙ୍କ କୃଷକ ଓ ବାଜରନୀତି ପାଇଁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା କୁହାଯାଇଛି।

ପାଇକାରୀ ସୂଚନା ଅନୁଯାୟୀ ବଜାର ରେ ହରଡ ଓ ମୁଗ ଡାଲି ର ଦର କୁଇଣ୍ଟାଲ୍ ପ୍ରତି ୭ ହଜାର ୫୦୦ ଟଙ୍କା ରୁ ୮ ହଜାର ଭିତରେ ରହିଛି। ଡାଲି ର ମାନ ଅନୁସାରେ ପ୍ରାୟ ୩ ପ୍ରକାର ଦର ରହୁଛି। ତେଣୁ ଖୁଚୁରା ବଜାର ରେ ଭଲ ମାନ ର ଡାଲି କିଲୋ ପିଛା ୮୦ ରୁ ୯୦ ଟଙ୍କା ମଧ୍ୟରେ ରହିଛି। ପୂର୍ବରୁ ପାଇକାରି ଦର ଅନୁସାରେ ଡାଲି କୁଇଁଟାଲ୍ ପ୍ରତି ୬ ହଜାର ରୁ ୭ ହଜାର ମଧ୍ୟରେ ରହିଥିଲା। କିନ୍ତୁ ଦୁଇ ଦିନ ହେଲା ଏହାର ଦର ବୃଦ୍ଧି ହେବାରୁ ଏହାର ଖୁଚୁରା ଦର ମଧ୍ୟ ବୃଦ୍ଧି ପାଇଛି।

ଏହି ଡାଲି ର ଦର ବୃଦ୍ଧି କୁ ନେଇ ବ୍ୟବସାୟୀ ମହାସଂଘ ର ସମ୍ପାଦକ ସୁଧାକର ପଣ୍ଡା ଙ୍କ କହିବା ଅନୁସାରେ ଅମଳ ବା ଆମଦାନୀ ଯୋଗୁ ଡାଲି ର ବୃଦ୍ଧି ଘଟିନାହିଁ କିମ୍ବା ନିର୍ବାଚନ ସହ ଡାଲି ବୃଦ୍ଧି ର କୌଣସି ସମ୍ପର୍କ ନାହିଁ। ଦର ବୃଦ୍ଧି ର ସର୍ବନିମ୍ନ ମୂଲ୍ୟ ( ଏମ୍ ଏସ୍ ପି ) ବୃଦ୍ଧି । ସରକାର ସବୁପ୍ରକାର ଡାଲି ଚାଷୀ ଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ୬ ହଜାର ୮ ସହ ଟଙ୍କା ଧାର୍ଯ୍ୟ କରିଛନ୍ତି। ତେଣୁ ବିକ୍ରି ପାଇଁ ଡାଲି ମିଲ୍ ରୁ ବଜାର କୁ ଆସିବା ବେଳକୁ କିଲୋ ପିଛା ମୂଲ୍ୟ ପ୍ରାୟ ୭୫ ଟଙ୍କା ହୋଇଯାଉଛି। କିନ୍ତୁ ସରକାରୀ ଚାପ ରେ ବ୍ୟବସାୟୀ ମାନେ ଆଜି ପର୍ଯ୍ୟନ୍ତ ଡାଲି କମ୍ ଦର ରେ ବିକି ଆସୁଥିଲେ। କିନ୍ତୁ ଏବେ ଆଉ ପୂର୍ବ ଦର ରେ ବିକିବା ସମ୍ଭବ ହେଉ ନାହିଁ । ତେଣୁ ଦର ବୃଦ୍ଧି ରେ ଅନ୍ୟ କୌଣସି କାରଣ ନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଅନ୍ୟ ପକ୍ଷରେ ଖୁଚୁରା ବେପାରୀ ଙ୍କ କହିବା ଅନୁସାରେ ବର୍ତ୍ତମାନ ପାଇକାରି ଦର ୯୦ ଟଙ୍କା ହୋଇଗଲାଣି। ତେଣୁ ତେଣୁ ଏଣିକି ଖୁଚୁରା ବଜାର ରେ ଡାଲି କିଲୋ ପିଛା ୧୦୦ ଟଙ୍କା ରେ ବିକ୍ରି ହେବ। କିନ୍ତୁ ଏଭଳି କଥା କୁ ଶ୍ରୀ ପଣ୍ଡା ଖଣ୍ଡନ କରିଛନ୍ତି।

Leave a Reply

Your email address will not be published. Required fields are marked *