ସାଇ ଙ୍କ ଦର୍ଶନ ପାଇଁ ଯାଉଥିବା ବସ୍ ଖସିପଡିଲା ୧୫୦ଫୁଟ ଖାଇକୁ ଗଛ ରେ ଅଟକି ବଞ୍ଚିଗଲା ୭୦ ଜୀବନ

କୁହାଯାଏ ବିଶ୍ୱାସ ରେ ମିଳିଥାଏ ଭଗବାନ I ମନରେ ଭକ୍ତି ସହକାରେ ପ୍ରଭୁ ଙ୍କୁ ଡାକିଲେ ସେ ଶୁଣିଥାନ୍ତି I ତାଙ୍କ ଭକ୍ତ ମାନଙ୍କୁ କେଭେଁବି କଷ୍ଟ ଦେଇ ନଥାନ୍ତି I ସବୁ ସଙ୍କଟ ରୁ ଉଦ୍ଧାର କରିଥାନ୍ତି I ଏମିତି ଏକ ଚମତ୍କାର ଦେଖିବାକୁ ମିଳିଛି ସୁରତ ନିକଟସ୍ଥ ସାପୁତାରାରେ I ସୂଚନା ଅନୁଯାଇ ଏହି ଅଞ୍ଚଳ ର ୭୦ଜଣ ଭକ୍ତ ସାଇବାବା ଙ୍କ ଦର୍ଶନ ପାଇଁ ଏକ ତୀର୍ଥଯାତ୍ରୀ ବସ୍ ରେ ସୁରତରୁ ଶିରିଡ଼ି ଯାଉଥିଲେ I

ସମସ୍ତଙ୍କ ମନରେ ଥାଏ ଉତ୍ସାହ ,ଭଗବାନ ଙ୍କ ଦର୍ଶନ କରିବେ ତେବେ କିଛି ସମୟ ପରେ ତାଙ୍କ ଖୁଶି ପାଣିରେ ମିଳାଇଯାଇଥିଲା I ଗତକାଲି ସମୟରେ ବସ୍ ୟୁଟର୍ଣ୍ଣ ନେବା ସମୟରେ ଡ୍ରାଇଭର ଭାରସାମ୍ୟ ହରାଇ ବସିଥିଲା ଏବଂ ବସ୍ ରାସ୍ତା ସାଇଡ ର ଖାଇ କୁ ଖସିପଡିଥିଲା I ପାଖାପାଖି 150ଫୁଟ ଗର୍ତ୍ତ /ଖାଇ ଥିବାବେଳେ ସମସ୍ତେ ମରଣ ଯାତ୍ରା ର ପଥିକ ଥିଲେ I ବିନୀତ ହେଇ ସାଇଙ୍କୁ ଡାକିବା ସହିତ ଆଉ କୌଣସି ବିକଳ୍ପ ହିଁ ତାଙ୍କ ପାଖରେ ନଥିଲା I ତେବେ ଭକ୍ତ ଙ୍କ ଡାକ ବ୍ୟର୍ଥ ହେଇନଥିଲା ଯାତ୍ରୀଙ୍କ ପାଇଁ I

ସତେ ଯେପରି ନିଜେ ସାଇବାବା ଓଲ୍ହାଇ ଆସିଥିଲେ ଭକ୍ତ ଙ୍କୁ ରକ୍ଷା କରିବାକୁ I ମାଲେଗାଁଓ ଘାଟ ତଳକୁ ଖସିପଡିଥିବା ବସଟି ହଠାତ ଏକ ଗଛ ରେ ଅଟକି ଯାଇଥିଲା I ସମସ୍ତେ ସୁରକ୍ଷିତ ରହିଥିଲେ ଏବଂ ବାହାରକୁ ବାହାରିବା ପରେ ଘଟଣାକୁ ବିଶ୍ୱାସ କରିପାରିନଥିଲେ I ଏହା ସାଇ ଙ୍କ ମହିମା ବୋଲି ସବୁଆଡେ ଆଲୋଚନା ହେବାରେ ଲାଗିଛି I

Leave a Reply

Your email address will not be published. Required fields are marked *