ଲୋକସଭା ନିର୍ବାଚନ ପରେ ଭାରତ-ପାକ୍‌ ମଧ୍ୟରେ ସଂପର୍କ ସୁଧୁରିଯିବ: ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍

ଭାରତ ଏବଂ ପାକିସ୍ଥାନକୁ ନେଇ ଆଶ୍ଚର୍ଯ୍ୟ କଲା ଭଳି ମନ୍ତବ୍ୟ ଦେଇଛନ୍ତି ପାକିସ୍ଥାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍।ସେ କହିଛନ୍ତି କି ଭାରତ ଏବଂ ପାକିସ୍ଥାନ ମଧ୍ୟରେ କେବଳ ଗୋଟିଏ ସମସ୍ୟା ରହିଛି।ଏବଂ ଏହି ସମସ୍ୟା ଲୋକସଭା ନିର୍ବାଚନ ପରେ ନିଶ୍ଚୟ ସୁଧୁରିବ ଏବଂ ସେ ସମସ୍ୟା ହେଉଛି ଶାନ୍ତି ଏବଂ ସ୍ଥିରତାର ଅଭାବ।ଏବଂ ଏହି ଶାନ୍ତି ଏବଂ ସ୍ଥିରତା ନିର୍ବାଚନ ପରେ ନିଶ୍ଚୟ ପ୍ରତିଷ୍ଠା ହୋଇପାରିବ।ଏବଂ ସେ ଏ କଥା ମଧ୍ୟ କହିଛନ୍ତି ଶାନ୍ତି ଏବଂ ସ୍ଥିରତା ସ୍ଥାପନ ନ ହେବା ପର୍ଯ୍ୟନ୍ତ ପାକିସ୍ତାନରେ ଆର୍ଥିକ ସଂପୂର୍ଣତା ସମ୍ଭବ ନୁହେଁ ବୋଲି ଚାଇନା ଇଣ୍ଟରନ୍ୟାସନାଲ କଲ୍ଚରାଲ କମୁନିକେସନ୍ ସେଣ୍ଟର୍ କୁ ସମ୍ବୋଧନ କରି କହିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍।

ଏହାସହ ପାକିସ୍ଥାନ ଏହା ଆଶା କରୁଛି କି ଆଫଗାନିସ୍ଥାନ ରେ ଖୁବ୍ ଶୀଘ୍ର ରାଜନୈତିକ ସମାଧାନ ହେବ ଏବଂ ଯୁଦ୍ଧ ଦ୍ଵାରା ପ୍ରଭାବିତ ହେଉଥିବା ଆଫଗାନିସ୍ଥାନ ନିଶ୍ଚୟ ସ୍ଥିରତା ହାସଲ କରିବ।ଯାହା ବି ଆଫଗାନିସ୍ଥାନରେ ଘଟୁଛି ତାହା ପାକିସ୍ଥାନର ସୀମାକୁ ପ୍ରଭାବିତ କରୁଛି। ସେଥିପାଇଁ ଆମେ ଶାନ୍ତି ପ୍ରତିଷ୍ଠା ପାଇଁ ଚେଷ୍ଟିତ ଅଛି।ଇରାନ ସହ ଆମର ସମ୍ପର୍କ ବହୁତ୍ ଭଲ।ଆମେ ଏହାକୁ ଆହୁରି ସୁଦୃଢ କରିବା ପାଇଁ ଚେଷ୍ଟା ଜାରି ରଖିଛୁ।ବର୍ତ୍ତମାନ ଭାରତ ସହ ଆମର ସମ୍ପର୍କ ଖରାପ୍ ହୋଇ ସାରିଛି।କିନ୍ତୁ ଏହା ଲୋକସଭା ପରେ ସୁଧୁରିବ ବୋଲି କହିଛନ୍ତି ଇମ୍ରାନ୍ ଖାନ୍।

Leave a Reply

Your email address will not be published. Required fields are marked *