ଓଡ଼ିଶା ମୁହାଁ ବାତ୍ୟା ‘ଫୋନି’ ଏହି 4ଜିଲ୍ଲାରେ ରଚିବ ତାଣ୍ଡବ ,ସରକାରୀ କର୍ମଚାରୀ ଙ୍କ ଛୁଟି ବାତିଲ

ସୃଷ୍ଟି ହେଇଥିବା ସାମୁଦ୍ରିକ ଝଡ଼ ଏବେ ଉଗ୍ର ରୂପ ନେବାକୁ ଯାଉଛି I ବର୍ତମାନ ଏହା ଘଣ୍ଟାପ୍ରତି ୧୬ କିମି ବେଗରେ ଗତି କରୁଥିବା ବେଳେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଏହାର ଗତି ରହିଛି I ଚେନ୍ନାଇଠାରୁ ୭୭୦ କିମି ଦୂରରେ ଥିବା ଏହି ଝଡର ପ୍ରଭାବ ରେ ଆନ୍ଧ୍ର ଏବଂ ତାମିଲନାଡୁ ଲଗାଣ ବର୍ଷା ଏବଂ ପବନ ଲାଗିରହିଥିବା ବେଳେ ଏବେ ଓଡ଼ିଶା ମୁହାଁ ହେଇଛି ବାତ୍ୟା ‘ଫୋନି’ I ଆସନ୍ତା 48ଘଣ୍ଟା ମଧ୍ୟରେ ଏହା ଉଗ୍ରରୂପ ନେବା ସହିତ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷୀବ ବୋଲି ଆକଳନ କରାଯାଇଛି

I ବିଶେଷ କରି ପୁରୀ ,ଖୋର୍ଦ୍ଧା ,କେନ୍ଦ୍ରାପଡା ଏବଂ ଗଞ୍ଜାମ ରେ ଏହାର ପ୍ରଭାବ ଅଧିକ ରହିବ ବୋଲି ପାଣିପାଗ ପୂର୍ବାନୁମାନ କରିଥିବା ବେଳେ ଏହି ଚାରୋଟି ଜିଲ୍ଲାରେ ସତର୍କ ରହିବାକୁ ପ୍ରସାଶନ ତରଫରୁ ସୂଚନା ଦିଆଯିବା ସହିତ ସମସ୍ତ ସରକାରୀ କର୍ମଚାରୀ ମାନଙ୍କର ଛୁଟି ବାତିଲ କରାଯାଇଛି Iମାଡି ଆସୁଥିବା ବାତ୍ୟା ‘ଫୋନି’ର ମୁକାବିଲା କରିବାକୁ ଓଡିଶା ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଥିବା ବେଳେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହେଇଛି I

ଯେଉଁଥିରେ କି ସ୍ୱତନ୍ତ୍ର ରିଲିଫ୍ କମିଶନର୍, ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗ,ପୋଲିସ ଡିଜିଙ୍କ,ଏନ୍‌ଡିଆରଏଫ୍ ଏବଂ ସ୍ଥଳସେନା, ନୌସେନା,ର ମୁଖ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ପୂର୍ବ ପ୍ରସ୍ତୁତି କରିଥିଲେ I ସୂଚନା ଅନୁଯାଇ ବାତ୍ୟା ପ୍ରଭାବ ରେ ଗତକାଲି ଠାରୁ ତାମିଲନାଡୁ ଏବଂ ଆନ୍ଧ୍ର ରେ ପ୍ରବଳ ବର୍ଷା ଲାଗିରହିଥିବା ବେଳେ ଏବେ ଓଡିଶା ମୁଁହା ହେଉଛି I

ଓଡ଼ିଶାରେ ଏହା ଆସନ୍ତା 48 ଘଣ୍ଟା ମଧ୍ୟରେ ଅନୂଭୁତ ହେବାକୁ ଯାଉଥିବା ବେଳେ ଘଣ୍ଟାପ୍ରତି ପ୍ରାୟ ୮୦ରୁ ୯୦ କିମି ବେଗରେ ପବନ ବହିବ Iପୂର୍ବରୁ ଏହା ଓଡିଶା ପାଇଁ କୌଣସି ବିପଦ ନଥିବା କୁହାଯାଉଥିବା ବେଳେ ଆନ୍ଧ୍ର ଏବଂ ତାମିଲନାଡୁ ଦେଇ ଏହା ଓଡିଶା ମୁଁହା ହେଇଛି I ମେ ୨ ଓ ୩ ତାରିଖ ରେ ଓଡ଼ିଶାରେ ପ୍ରବଳ ବର୍ଷୀବା ସହିତ ପବନ ଲାଗିରହିବାକୁ ଥିବାବେଳେ ଓଡ଼ିଶାରେ ପହଞ୍ଚିବା ପରେ ଏହାର ଦିଗ କେଉଁଆଡକୁ ରହୁଛି ତା ଉପରେ ଏବେ ସମସ୍ତଙ୍କର ନଜର ରହିଛି I

ଯଦି ଓଡ଼ିଶାରେ ଏହା ଲ୍ୟାଣ୍ଡଫଲ୍‌ ନ କରେ, ତେବେ ଉପକୂଳବର୍ତ୍ତୀ ଜିଲା ଗୁଡିକରେ ଏହାର ତାଣ୍ଡବ ଦେଖିବାକୁ ମିଳିବ I

Leave a Reply

Your email address will not be published. Required fields are marked *