ରିତା ,ପ୍ରତ୍ୟୁଷା ଙ୍କ ପରେ ଏବେ ଅନୁକମ୍ପା ଭୋଟ ପାଇଁ ସାବିତ୍ରୀ !

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସରିଯାଇଥିବା ବେଳେ ଏବେ ଚର୍ଚ୍ଚା ରେ ରହିଛି ପାଟକୁରା ନିର୍ବାଚନ ଆସନ I ଏଠିକାର ବିଜେଡି ପ୍ରାଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକ ପରେ ବିଜେପି ର ଟାଣୁଆ ନେତା ବିଜୟ ମହାପାତ୍ର ଙ୍କ ସହିତ କିଏ ଟକ୍କର ଦେବ ତାକୁ ନେଇ ଆଲୋଚନା ଚାଲିଥିବା ବେଳେ ବେଦ ଙ୍କ ପୁଅ ଙ୍କ ନାମ ଚର୍ଚ୍ଚା ହେଇଥିଲା I ତେବେ ଗତକାଲି ବିଜେଡି ସୁପ୍ରିମ ବେଦ ଙ୍କ ପତ୍ନୀ ସାବିତ୍ରୀ ଙ୍କ ନାମ ରେ ମୋହର ଲଗାଇଛନ୍ତି I ବିଜେଡି ପ୍ରାଥୀ ହେବେ ସାବିତ୍ରୀ I ସାବିତ୍ରୀ ମଧ୍ୟ ଟିକେଟ ଗ୍ରହଣ କରି ସ୍ୱାମୀଙ୍କ ବାକି ରହିଯାଇଥିବା କାର୍ଯ୍ୟ ପୂରଣ କରିବେ ବୋଲି କହିସାରିଲେଣି I

ପୁଣିଥରେ ବିଜେଡି ଅନୁକମ୍ପା ମୂଳକ ଭୋଟ ହାତେଇବାକୁ ସାବିତ୍ରୀ ଙ୍କୁ ପ୍ରାଥୀ କରିଥିବା ବେଳେ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି କି ସାବିତ୍ରୀ ଯଦି ଅନୁକମ୍ପା ମୂଳକ ଭୋଟ ରେ ଜିତିଯାଆନ୍ତି ତେବେ ବିଜେପୁର ରେ ଯେପରି ସୁବଳ ସାହୁ ଙ୍କ ପତ୍ନୀ ,କନ୍ଧମାଳ ରେ ହେମେନ୍ଦ୍ର ଙ୍କ ପତ୍ନୀ ପ୍ରତ୍ୟୁଷା ଙ୍କ ବିଜୟ ପରେ ପୁନର୍ବାର ଟିକେଟ ମିଳିନଥିଲା ଠିକ ସେହିପରି ସାବିତ୍ରୀ ଙ୍କୁ ବିଜେଡି ମଧ୍ୟ ଟିକେଟ ଦେଇନପାରେ I

ଅପରପକ୍ଷରେ ଅଧିକାଂଶ ଫେସବୁକ ବ୍ୟବହାରକାରୀ ପ୍ରଶ୍ନ ଉଠାଇଛନ୍ତି କି ଜଣେ ଭଲ ନେତା ଦରକାର କି ଅନୁକମ୍ପା ମୂଳକ ଭୋଟ ? ପରିବାର ବାଦ କୁ ଛାଡିଲେ ପାଟକୁରା ରେ କଣ ଅନ୍ୟ ଭଲ ପ୍ରାଥୀ ନଥିଲେ ?

ଏପରି ଅନେକ ପ୍ରଶ୍ନ ତ ଏବେ ଉଙ୍କି ମାରିଚି ସମୟ କହିବ ଏହାର ଉତ୍ତର କଣ ମିଳୁଛି ଆଗାମୀ ଦିନରେ I

Leave a Reply

Your email address will not be published. Required fields are marked *