ବାତ୍ୟା ପାଇଁ ନୀଳଚକ୍ର ବାନା ଉପରେ କଟକଣା

ବଙ୍ଗୋପସାଗରରେ ଘନୀଭୂତ ବାତ୍ୟା ଫନିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ସତର୍କତା ଜାରି କରାଇଛନ୍ତି।ସାମୁଦ୍ରିକ ଝଡବାତ୍ୟା ପୁରୀକୁ ବହୁତ ମାତ୍ରାରେ ପ୍ରଭାବିତ କରୁଥିବାର ଆଶଙ୍କା କରୁଥିବାରୁ ନୀଳଚକ୍ର ବାନା ବନ୍ଧା ଉପରେ କଟକଣା ଜାରି କରିଛନ୍ତି ମନ୍ଦିର ପ୍ରଶାସନ।ଏ ସମ୍ପର୍କରେ ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ମହାପାତ୍ର କହିଛନ୍ତି ଯେ ପାଣିପାଗର ସୂଚନା ଅନୁସାରେ ପବନର ବେଗ ୨୦୦ କିଲୋମିଟର ରହିବ।ତେଣୁ ନୀଳଚକ୍ର ର ବାନା ଅଧିକ ଲମ୍ବା ହେଲେ କମ୍ପନ ଅଧିକ ହେବ।ସେଥିପାଇଁ ବାନା ଲମ୍ବାକୁ ହ୍ରାସ କରାଯିବ।

ଏହି ବାନା ବନ୍ଧା ଉପରେ କଟକଣା ଜାରି କରି ଶ୍ରୀମନ୍ଦିର ପ୍ରଶାସନ ମେ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ୫ ହାତିଆ ବାନା ବାନ୍ଧିବାକୁ ଚୁନରା ସେବକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ନୀଳଚକ୍ରରେ ବାନା ନ ରହିଲେ ଠାକୁରଙ୍କ ନୀତି ପ୍ରଭାବିତ ହେବ।ତେଣୁ ଏହାକୁ ଅତି ଶକ୍ତ ରୂପେ ବାନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି।ନୀଳଚକ୍ରରେ କେବଳ ଗୋଟିଏ ମାତ୍ର ବାନା ରହିବ।ଅନ୍ୟ ବାନା ମାନ ଲାଗିବ ନାହିଁ ବୋଲି ମୁଖ୍ୟ ପ୍ରଶାସକ ତାଙ୍କ ନିର୍ଦ୍ଦେଶରେ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *