ବାରଣାସୀରୁ ମୋଦୀଙ୍କ ବିପକ୍ଷରେ ଲଢ଼ି ପାରିବେ ନାହିଁ ତେଜ ବାହାଦୂର, ରଦ୍ଦ ହେଲା ପ୍ରାର୍ଥୀପତ୍ର

ବହିଷ୍କୃତ ବିଏସଏଫ୍ ଯବାନ ତଥା ସମାଜବାଦୀ ପାର୍ଟୀ ର ପ୍ରାର୍ଥୀ ତେଜ ବାହାଦୁର ଯାଦବ ଙ୍କୁ ପ୍ରାର୍ଥୀ ପତ୍ର ରବ୍ଦ ହେବା ନେଇ ପୂର୍ବରୁ ଆଶଙ୍କା କରାଯାଉଥିବା ବେଳେ ଏବେ ତାଙ୍କ ପ୍ରାର୍ଥୀପତ୍ର ରାବ୍ଦ ହୋଇଯିବା ନେଇ ଖବର ମିଳିଛି। ପ୍ରାର୍ଥୀପତ୍ର ରବେ ହେବା ପରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟକ୍କର ଦେଇ ପାରିବେ ନାହିଁ। ତାଙ୍କ ସ୍ଥାନ ରେ ସମାଜବାଦୀ ପାର୍ଟି ସାଳିନି ଯାଦବ ଙ୍କୁ ପ୍ରାର୍ଥୀ କରିଥିବା ଜଣାପଡିଛି।ସୂଚନା ମୁତାବକ, ତେଜ ବାହାଦୁର ଯାଦବ ବାରଣାସୀ ଆସନ ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ବିରୋଧ ରେ ନିର୍ବାଚନ ପଢ଼ିବାପାଇଁ ଦାଖଲ କରିଥିବା ଦୁଇଟି ପ୍ରାର୍ଥୀ ପତ୍ର ଅସଙ୍ଗତି ରହିଥିବା ଜାଣି ତାଙ୍କୁ ନିର୍ବାଚନ କମିଶନ ଆଜି ସକାଳେ ନୋଟିସ ପଠାଇଥିଲେ। ଯାହା ପରେ ତାଙ୍କର ପ୍ରାର୍ଥୀ ପତ୍ର ରଦ୍ଦ ହୋଇପାରେ ବୋଲି ଆଶଙ୍କା କରାଯାଉଥିଲା। ତେଜ ବାହାଦୁର ପ୍ରଥମେ ବାରଣାସୀ ଆସନ ରୁ ଜଣେ ସ୍ଵାଧୀନ ପ୍ରଥି ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ପରେ ଗତକାଲି ସେ ସପା ରେ ଯୋଗ ଦେବା ପରେ ସାପା – ବସପା – ଆରଏଲଡି ମେଣ୍ଟ ପ୍ରାଥି ଭାବରେ ବାରଣାସୀ ରୁ ପୁଣିଥରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। କିନ୍ତୁ ଦୁଇଟି ଯାକ ଅସଙ୍ଗତି ଦେଖାଦେବାରୁ ନିର୍ବାଚନ କମିଶନ ଏ ନେଇ ତେଜ ବାହାଦୁର ଙ୍କୁ ବିଏସଏଫ୍ ରୁ ଏନ୍ ଓ ସି ଆଣିବା ପାଇଁ ନିର୍ବାଚନ କମିଶନ କହିବା ସହ ମେ ୧ ତାରିଖ ଦିନ ୧୧ ଟା ସୁଦ୍ଧା ଏ ବାବଦ ରେ ଜବାବ ରଖିବା ପାଇଁ ତେଜ ବାହାଦୁର ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ଅନ୍ୟ ପକ୍ଷେ ତେଜ ବାହାଦୁର କହିଛନ୍ତି ଯେ ଏହା ତାଙ୍କ ବିରୋଧ ରେ ଏକ ଷଡ଼ଯନ୍ତ୍ର। ସେ ଦାବି କରିଛନ୍ତି ଯେ ତାଙ୍କୁ ବିପୁଳ ସମର୍ଥନ ମିଳୁଥିବା ଜାଣିବା ପରେ ସରକାର ତାଙ୍କୁ ଟାର୍ଗେଟ୍ କରିଛନ୍ତି। ଉଲ୍ଲେଖଯୋଗ୍ୟ ୨୦୧୭ ରେ ବିଏସଏଫ ଯବାନ ତେଜ ବାହାଦୁର ଯାଦବ ଙ୍କୁ ଚାକିରି ରୁ ବହିସ୍କାର କରାଯାଇଥିଲା। ଯବାନ ମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଛି ବୋଲି ଅଭିଯୋଗ କରି ତେଜ ବାହାଦୁର ଅନଲାଇନ୍ ରେ କିଛି ଭିଡ଼ିଓ ପୋଷ୍ଟ୍ କରିଥିଲେ। ଏଭଳି ଦାବି ପରେ ବିଏସଏଫ ଦାବି ପରେ ବିଏସଏଫ ଉକ୍ତ ଘଟଣା ର ତଦନ୍ତ ର ନିର୍ଦ୍ଦେଶ ଦେଇଥିଲେ। ପରେ ତାଙ୍କ ବିରୋଧ ରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ବିଏସଏଫ ରୁ ବହିସ୍କାର କରାଯାଇଥିଲା।

Leave a Reply

Your email address will not be published. Required fields are marked *