ମାଡି ଆସୁଛି ବାତ୍ୟା ‘ଫୋନି’ ଆସନ୍ତାକାଲିଠୁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ଅତି ଭୟଙ୍କର ଭାବରେ ମାଡି ଆସୁଛି ବାତ୍ୟା ‘ଫୋନି’ I ଏନେଇ ପ୍ରସାଶନ ତରଫରୁ ବାତ୍ୟାକୁ ମୁକାବିଲା କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ପାଇଁ ସମ୍ଭାବ୍ୟ ଝଡ଼ କୁ ଆଖିଆଗରେ ରଖି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ଆସନ୍ତାକାଲି ଠାରୁ ଛୁଟି ଘୋଷଣା କରାଯାଇଛି I ଏହା ସହିତ ନିକଟରେ ହେବାକୁ ଥିବା ପରୀକ୍ଷାର ମଧ୍ୟ ସମୟ ବଦଳିବ ବୋଲି ଘୋଷଣା କରାଯାଇଛି I ସୂଚନା ଥାଉ କି ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ଛୁଟି ଘୋଷଣା କରାଯାଇଥିଲେ ମଧ୍ୟ କିଛି ବେସରକାରୀ ଶିକ୍ଷାନୁଷ୍ଠାନ ନିର୍ଦେଶ କୁ ମାନିନଥିବା ନଜର ରହିଛି I ତେଣୁ ସଂଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ କୁ ଛୁଟି ଘୋଷଣା କରିବାକୁ ନିର୍ଦେଶ ଦିଆଯାଇଛି I

Leave a Reply

Your email address will not be published. Required fields are marked *