ସାମ୍ନା ସାମ୍ନି ହେଇଗଲେ ଧର୍ମେନ୍ଦ୍ର -ନବୀନ, ନବୀନ ଧର୍ମେନ୍ଦ୍ର ଙ୍କ ସହିତ କଲେ କରମର୍ଦ୍ଦନ ଆଉ ତାପରେ ଜାଣନ୍ତୁ କଣ ହେଲା

ରାଜ୍ୟ ରାଜନୀତି ର ଦୁଇଜଣ ଚର୍ଚ୍ଚିତ ଚେହେରା I ଜଣେ କେନ୍ଦ୍ରମନ୍ତ୍ରୀ ତଥା ଓଡିଶା ବିଜେପି ର ଫେସ୍ ହେଇଥିବା ବେଳେ ଆଉ ଜଣେ ମୁଖ୍ୟମନ୍ତ୍ରୀ I ନିକଟ ରେ ଦୁଇ ଯୋଦ୍ଧା ଙ୍କ ଦ୍ୱାରା କିଭଳି ନିର୍ବାଚନ ଲଢେଇ ହେଇଥିଲା ତାହା ତ ସମସ୍ତେ ଦେଖିଛନ୍ତି ତେବେ ଏବେ ପୁଣି ଦେଖିବାକୁ ମିଳିଛି ଏକ ଚକିତକର ଘଟଣା I ଗଆସୁଥିବା ଝଡ ଫନି ପାଇଁ ପାଟକୁରାର ନିର୍ବାଚନ ଘୁଞ୍ଚାଇବାକୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଦିଲ୍ଲୀ ଯାଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ।

ତେବେ ନୂଆଦିଲ୍ଲୀ ବିମାନବନ୍ଦରେ ଅବତରଣ ପରେ ଦୁଇ ନେତାଙ୍କ ସାମ୍ନା ସାମନି ହେଇଯାଇଥିଲା I ଧର୍ମେନ୍ଦ୍ର ଏବଂ ନବୀନ ଙ୍କ ସାକ୍ଷାତ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଙ୍କ ପାଖକୁ ଆସିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ କରମର୍ଦ୍ଦନ କରି ନମସ୍କାର କରିଥିଲେ,ପ୍ରତିଜଵାବ ରେ ନବୀନ ମଧ୍ୟ କରମର୍ଦ୍ଧନ କରୁଥିଲେ ଧର୍ମେନ୍ଦ୍ରଙ୍କ ସହିତ I

ଏହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ସୌଜନ୍ୟତା ଦୃଷ୍ଟିରୁ ବନ୍ଧୁତ୍ବପୂର୍ଣ୍ଣ କରମର୍ଦ୍ଦନ Iଅବଶ୍ୟ ଏହାଦ୍ୱାରା ଏକ ଭଲ ବାର୍ତ୍ତା ଆସିଲା ଯେ ରାଜନୀତି ର ଉର୍ଦ୍ଧକୁ ଯାଇ ଓଡିଶା ପାଇଁ ଦୁହେଁ କରମର୍ଦ୍ଧନ କରିଛନ୍ତି I ତେବେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବୁଦ୍ଧିଜୀବୀ I ହୁଏତ ଏହା ଭିତରେ କିଛି ରହସ୍ୟ ଥାଇପାରେ ବୋଲି କୁହାଯାଉଛି

I ଏମିତି ହେଇପାରେ ଯେ ନିର୍ବାଚନ ଫଳାଫଳ ଘୋଷଣା ପରେ ହୁଏତ ବିଜେଡି ସହିତ ବିଜେପି ମେଣ୍ଟ କରିପାରେ ଯେଉଁଥିପାଇଁ ଉଭୟ ଏବେଠୁ ହାତ ମିଳାଇସାରିଲେଣି I କିନ୍ତୁ ଏହା କେବଳ ମାତ୍ର ଚର୍ଚ୍ଚା I

Leave a Reply

Your email address will not be published. Required fields are marked *