ଭାଙ୍ଗିଗଲା ଶ୍ରୀମନ୍ଦିର ଦ୍ଵାରପାଳ ଜୟ ଙ୍କ ମୂର୍ତ୍ତି ,ଭାଙ୍ଗି ଥୁଣ୍ଟା ହେଇଯାଇଛି ବଟବୃକ୍ଷ ,ମନ୍ଦିର ରୁ ଖସିପଡିଛି ପଥର

ଫୋନି ଚାଲିଯିବାର ଦୀର୍ଘ 48ଘଣ୍ଟା ପରେ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଛିର୍ଣ୍ଣ ହେଇଯାଇଥିବା ପୁରୀ ର ଏବେ ଆସୁଛି ଅତ୍ୟନ୍ତ କରୁଣ ଦୃଶ୍ୟ Iବାତ୍ୟା ଚାଲିଯାଇଛି କିନ୍ତୁ ଏଭଳି ଅଲିଭା ଚିହ୍ନ ଦେଇ ଯାଇଛି ଯାହାକୁ ସହଜରେ ଭୁଲି ହେଉନି Iବର୍ତମାନ ର ପୁରୀର ଦୃଶ୍ୟ ସମସ୍ତଙ୍କର ହୃଦୟ ଥରାଇ ଦେଉଛି I ଶ୍ରୀକ୍ଷେତ୍ର ଏବେ ଶ୍ରୀହୀନ ହେଇଯାଇଛି I ଚାରିଆଡେ ବାତ୍ୟାର ତାଣ୍ଡବ ହେଇଥିବା ବେଳେ ସରକାରୀ ତଥ୍ୟ କହୁଛି 7ଜଣ ମୃତ୍ୟୁ ହେଇଛନ୍ତି କିନ୍ତୁ ଗଣମାଧ୍ୟମ ଖବର ଅନୁଯାଇ ପୁରୀରେ ବର୍ତମାନ ସୁଦ୍ଧା 24ଜଣ ମୃତ୍ୟୁ ହେଇଥିବା ଖବର ଆସିଛି I ଏହା ସହିତ ବାତ୍ୟା ମାଡ଼ରେ ଶ୍ରୀହୀନ ହେଇପଡ଼ିଚି ଶ୍ରୀମନ୍ଦିର I

ପ୍ରବଳ ବେଗରେ ପବନ ରେ ଜଗନ୍ନାଥ ଙ୍କ ସିଂହଦ୍ୱାର ଦ୍ୱାରପାଳ ଜୟଙ୍କ ମୂର୍ତି ଭାଙ୍ଗି ତଳେ ପଡି ଖଣ୍ଡ ଖଣ୍ଡ ହେଇଯାଇଛି I ବଡଦାଣ୍ଡ ରେ ବାତ୍ୟାର କରାଳ ରୂପ ଦେଖିବାକୁ ମିଳିଥିବା ବେଳେ ମନ୍ଦିର ଭିତରେ ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଦିଆଯାଇଥିବା ଲୁହାର ବ୍ୟାରିକେଡ୍ ଭାଙ୍ଗିଯିବା ସହିତ ବେହରଣ ଦ୍ବାର ରୁ ବହୁ ପଥର ଖସି ପଡିଛି I

ଏପରିକି ସର୍ବ ପୁରାତନ ବଟବୃକ୍ଷ ମଧ୍ୟ ଏଥିରୁ ବାଦ ପଡିନି I ପ୍ରବଳ ପବନ ରେ ବଟବୃକ୍ଷ ଧ୍ବଂସ ଵିଧ୍ଵଂସ ହେଇ ଡାଳ ସବୁ ଭାଙ୍ଗି ଯାଇଛି I ସମ୍ପୂର୍ଣ୍ଣ ଥୁଣ୍ଟା ହେଇଯାଇଛି ବଟବୃକ୍ଷ I ପୁରୀ ରେ ପାଖାପାଖି 6000ରୁ ଉର୍ଧ ବିଦ୍ୟୁତ ଖୁଣ୍ଟ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି I ସବୁ ସାହି ଗଳି ରେ ଝୁଲିପଡିଛି ବିଦ୍ୟୁତ ତାର I ନା ଅଛି ପିଇବା ପାଣି ନା ବିଦ୍ୟୁତ I

ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ I ପ୍ରସାଶନ ତରଫରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଥିବା ବେଳେ ସମ୍ପୂର୍ଣ୍ଣ ଏବେ କେବଳ ଭରଷା କାଳିଆ I

Leave a Reply

Your email address will not be published. Required fields are marked *