ବାତ୍ୟାରେ ପୁଅ କୁ ମାରି ମା ଝିଅଙ୍କୁ ପାହାଡ ଉପରେ ଗଣଧର୍ଷଣ ,ମା ମୃତ ,ଝିଅ ଗୁରୁତର ଭାବେ ଉଦ୍ଧାର

ସାରା ରାଜ୍ୟରେ ଏବେ ବାତ୍ୟାର ତାଣ୍ଡବ ଲାଗି ରହିଛି I ସବୁଆଡେ ହାହାକାର I ଫୋନି ଚାଲିଯିବା ପରେ ସବୁଆଡେ ବ୍ୟବସ୍ତା ଭୁଶୁଡି ପଡିଛି I ବ୍ୟାପକ କ୍ଷୟକ୍ଷତି ହେବା ସହିତ ଏପର୍ଯ୍ୟନ୍ତ ସଠିକ ତଥ୍ୟ ମିଳିପାରିନାହିଁ ଗମନାଗମନ ଅସୁବିଧା ଯୋଗୁଁ I ଅଧିକାଂଶ ଅଞ୍ଚଳ ଏବେବି ଅନ୍ଧାର ରେ ରହିଛି Iଅଧିକାଂଶ ଅଞ୍ଚଳ ରେ ମୋବାଇଲ ସେବା ,ବିଦ୍ୟୁତ ଏବଂ ଗମନା ଗମନ ସମ୍ପୂର୍ଣ୍ଣ ବ୍ୟାଘାତ ସୃଷ୍ଟି ହେଇଚି Iଏପରିକି ରାଜ୍ୟର ଅଧିକାଂଶ ପ୍ରମୁଖ ଗଣମାଧ୍ୟମ ପ୍ରସାରଣ ମଧ୍ୟ ବନ୍ଦ ରହିଥିଲା I ତେବେ ସବୁଆଡେ ବାତ୍ୟାର ବିଭୀଷିକା ଖେଳୁଥିବା ବେଳେ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଏକ ଦୁଖଦଃ ,ଜଘନ୍ୟ ଏବଂ ବର୍ବୋରଚିତ ଘଟଣା I

ଗୋଟେ ପଟେ ବାତ୍ୟା ‘ଫନୀ’ ତାଣ୍ଡବ କରୁଥିବା ବେଳେ ଭାଇରଲ ଘଟଣା ର ଖବର ଅନୁଯାଇ ସୈତାନ ରୁପି ଦାନଵ ମାନେ ରଚିଥିଲେ ତାଣ୍ଡବ I ଘଟଣାଟି ଯାଜପୁର ର ଧର୍ମଶାଳା ଅଞ୍ଚଳ ର ଦେଉଳି ଗ୍ରାମର ବୋଲି କୁହାଯାଉଛି I ଏପଟେ ସାରା ଓଡିଶା ବାସି ବାତ୍ୟାରୁ ବଞ୍ଚିବା ପାଇଁ ନିଜ ନିଜର ସୁରକ୍ଷା ଦୃଷ୍ଟିରୁ ସୁରକ୍ଷିତ ସ୍ଥାନ ଖୋଜୁଥିବା ବେଳେ ଦାନବ ମାନେ ଗୋଟିଏ ପରିବାର କୁ ଛାରଖାର କରିଦେଇଥିବା ଘଟଣା ସୋସିଆଲ ମିଡ଼ିଆରୁ ଭାଇରଲ ହେଇଛି I

ସୋସିଆଲ ମିଡ଼ିଆ ଖବର ଅନୁଯାଇ ଏହି ଗ୍ରାମର ଏକ ପରିବାର ର ଯୁବକ ପୁଅ ର ବାତ୍ୟାର ଗୋଟିଏ ଦିନ ପୂର୍ବରୁ ମୃତ୍ୟୁ ହେଇଥିଲା କିନ୍ତୁ ଚର୍ଚ୍ଚା ଚାଲିଛି କି ଏହା ହତ୍ୟା ଥିଲା I ଏପଟେ ବାତ୍ୟା ଦିନ ସନ୍ଧ୍ୟାରେ ମା’ ଓ ଝିଅ କୁ ଏକ ପାହାଡ ଉପରେ ଗଣ ଧର୍ଷଣ କରି ଫୋପାଡ଼ି ଦେଇଥିଲେ I ମା ର ମୃତ୍ୟୁ ହେଇଥିବା ବେଳେ ଝିଅ କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି I

ଘଟଣାର ସଠିକ ତଥ୍ୟ ମିଳିପାରିନଥିଲେ ମଧ୍ୟ ତଦନ୍ତ ପାଇଁ ସବୁ ମହଲରୁ ଦାବି ହେଉଛି I

Leave a Reply

Your email address will not be published. Required fields are marked *