1999 ମହାବାତ୍ୟା ରେ ଜନ୍ମ ନେଇଥିଲେ ଫୋନି ମହାପ୍ରଳୟ ରେ ଚାଲିଗଲେ

ସବୁଆଡେ ମହାବାତ୍ୟା ଫୋନି ର ତାଣ୍ଡବ I ଏବେବି ଅନ୍ଧାର ରେ ରହିଛି ସ୍ମାର୍ଟସିଟି ରାଜଧାନୀ ଏବଂ ପୁରୀ ସହିତ ଅନେକ ଜିଲ୍ଲା I ସବୁଆଡେ ବାତ୍ୟାର ତାଣ୍ଡବ ହେଉଥିବା ବେଳେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେଇଛି ପୁରୀ ଜିଲ୍ଲା I ତେବେ ପୁରୀର ପିପିଲି ଅଞ୍ଚଳ ରୁ ଆସିଛି ଏମିତି ଏକ ହୃଦୟ ବିଦାରକ ଘଟଣା ଯାହା ସମସ୍ତଙ୍କ ଆଖିରେ ଲୁହ ଭରିଦେଉଛି I ସୂଚନା ଅନୁଯାଇ ପିପିଲି ହରିପୁର ରେ ବାତ୍ୟା ଯୋଗୁଁ ଜଣେ ଯୁବକ ସୌମ୍ୟରଞ୍ଜନ ଙ୍କ ମୃତ୍ୟୁ ହେଇଯାଇଛି Iଯୁବକ ଜଣଙ୍କ ଗୁହାଳ ରୁ ଛେଳି ଙ୍କୁ ରକ୍ଷା କରିବାକୁ ଯାଇଥିବା ବେଳେ ପଥର ପଡିଯିବାରୁ ଜୀବନ ଚାଲିଯାଇଛି I

କିନ୍ତୁ ବାତ୍ୟା ରେ ଚାଲିଯାଇଥିବା ସୌମ୍ୟ ଙ୍କ ଜୀବନ ସହିତ ରହିଛି ବାତ୍ୟା ର ବହୁତ ସାମଞ୍ଜସ୍ୟ Iସୂଚନା ଅନୁଯାଇ ସୌମ୍ୟରଂଜନ ବେହେରା ଗତ ମହାପ୍ରଳୟଙ୍କରୀ ୧୯୯୯ ମହାବାତ୍ୟାରେ ଜନ୍ମ ହେଇଥିଲେ I ପରିବାର ଲୋକେ ଖୁଶିରେ ନାଚି ଉଠିଥିଲେ I ୟା ମଧ୍ୟରେ ଦୀର୍ଘ 19ବର୍ଷ ବିତିଯାଇଛି ଏବଂ ସେଦିନର ସୌମ୍ୟ 19ବର୍ଷର ଯୁବକ ରେ ପରିଣତ ହେଇସାରିଥିଲେ I

ବାପା ମା ଙ୍କର ଏକ ମାତ୍ର ଆଶା ଭରଷା ଥିଲେ I ସେ ବାହାରେ ରହି କାମ କରୁଥିବା ବେଳେ ଜେଜେ ବାପା ଙ୍କ ଅନ୍ତିମ କ୍ରିୟା ରେ ଯୋଗ ଦେବାକୁ ଆସିଥିଲେ କିନ୍ତୁ ପ୍ରକୃତିର କରାଳ ବାତ୍ୟା ଫୋନି ପୁଣିଥରେ ସତେ ଯେପରି ଝଡ ହେଇ ତାଙ୍କ ଜୀବନ କୁ ଚାଲି ଆସିଥିଲା ଏବଂ ତାଙ୍କୁ ସବୁଦିନ ପାଇଁ ଆର ପାରିକି ନେଇଯାଇଛି I

ଏବେ ଚର୍ଚ୍ଚା ଚାଲିଛି କି ଯେଉଁ ବାତ୍ୟା ରେ ଆସିଥିଲେ ସେହି ବାତ୍ୟାରେ ହିଁ ଚାଲିଗଲେ I

Leave a Reply

Your email address will not be published. Required fields are marked *