ମୋଦିଙ୍କୁ ପ୍ରିୟଙ୍କା ଦୁର୍ଯ୍ୟୋଧନ ସହ ତୁଳନା କରିବା ପରେ ଏପରି ଜବାବ ରଖିଲେ ସୁଷମା ସ୍ୱରାଜ

କଂଗ୍ରେସ ର ମହାସଚିବ ପ୍ରିୟଙ୍କା ଗାନ୍ଧି ଙ୍କୁ କଡା ଜବାବ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଦୁର୍ଯ୍ୟୋଧନ ସହ ତୁଳନା କରିଥିଲେ। ଏହାର ଜବାବ ରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ କହିଥିଲେ ଯେ

ମୋଦି ଙ୍କୁ ଅହଂକାରୀ କହୁଥିବା ପ୍ରିୟଙ୍କା ନିଜେ ଜନିରଖିବା ଉଚିତ୍ ଯେ ତାଙ୍କ ଭାଇ ଅର୍ଥାତ୍ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ହିଁ ପ୍ରକୃତରେ ବଡ଼ ଅହଂକାରୀ। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କ ପରି ବ୍ୟକ୍ତି ଙ୍କୁ ମଧ୍ୟ ଅପମାନିତ କରିଥିଲେ। ଗଣମାଧ୍ୟମ ସମ୍ମୁଖ ରେ ମନମୋହନ ସରକାର ର ଅର୍ଡିନାଂସ ( ଅଧ୍ୟାଦେଶ ) ଚିରିବା କଥା କଣ ପ୍ରିୟଙ୍କା ଭୁଲି ଗଲେଣି କି ବୋଲି ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି।

ଗତକାଲି ପ୍ରିୟଙ୍କା ଗାନ୍ଧି କହିଥିଲେ ଯେ ଏ ଦେଶରେ କେବେ ମଧ୍ୟ ଅହଙ୍କର ଙ୍କୁ ସହ୍ୟ କରାଯାଇନାହିଁ। ମହାଭାରତ ରେ ମଧ୍ୟ ମହାମାନି ଦୁର୍ଯ୍ୟୋଧନ ର ଅହଙ୍କାର କୁ ଭଗବାନ କୃଷ୍ଣ ସହ୍ୟ କରିନଥିଲେ। ଠିକ୍ ସେହିପରି ଅହଙ୍କାର ର ପ୍ରଦର୍ଶନ କରି ମୋଦି ତାଙ୍କ ପିତା ( ରାଜୀବ ଗାନ୍ଧୀ ) ଙ୍କୁ ମଧ୍ୟ ଅବମାନନା କରିଥିଲେ ବୋଲି ପ୍ରିୟଙ୍କା କହିଥିଲେ।

Leave a Reply

Your email address will not be published. Required fields are marked *