ଫନି ପ୍ରଭାବିତ ଅଞ୍ଚଳ ରେ ବୁଲିବ ଏ ଟି ଏମ୍ ଗାଡ଼ି:ଲୋକ ମାନଙ୍କୁ ଯୋଗାଇବ ଟଙ୍କା

ଫନି ଦ୍ଵାରା ପ୍ରଭାବିତ ଅଞ୍ଚଳ ରେ ହେଉଥିବା ଅସୁବିଧା ଗୁଡ଼ିକ ସହ ମୁକାବିଲା କରିବା ପାଇଁ ଏଥର ସନ୍ଧ୍ୟା ୬ ଯାଏ ବୁଲିବ ଏ ଟି ଏମ୍ ଗାଡ଼ି। ଯେଉଁଥିରୁ କି ଲୋକ ମାନେ ଉଠାଇପରିବେ ଟଙ୍କା।

ଭାରତୀୟ ରିଜର୍ଭ ବ୍ୟାଙ୍କ୍ ତରଫ ରୁ ବୁଧବାର ଏ ନେଇ ସୂଚନା ଦିଆ ଯାଇଛି। ପ୍ରଭାବିତ ୧୪ ଟି ଜିଲ୍ଲା ରେ ୬ ଦିନ ଧରି କୌଣସି ବ୍ୟାଙ୍କିଙ୍ଗ ସେବା ମିଳିନଥିବାରୁ ଲୋକ ମାନଙ୍କ ଅସୁବିଧା ଦୂର କରିବାକୁ ଏହି ପଦକ୍ଷେପ ନିଆ ଯାଇଛି।

ବାତ୍ୟା ପରେ ବି ଏବେ ୫୦% ଏ ଟି ଏମ୍ କାର୍ଯ୍ୟକ୍ଷମ ଅଛି ଏବଂ ଏଥିରେ ପର୍ଯ୍ୟାପ୍ତ ଟଙ୍କା ମଧ୍ୟ ରହିଛି।ବାତ୍ୟା ରେ ନଷ୍ଟ ହୋଇଥିବା ସମସ୍ତ ଟଙ୍କା କୁ ମଧ୍ୟ ରିଜର୍ଭ ବ୍ୟାଙ୍କ ଗ୍ରହଣ କରିବ। ତେଣୁ ଏ ନେଇ ଚିନ୍ତିତ ନ ହେବାକୁ ବ୍ୟାଙ୍କ୍ ପରାମର୍ଶ ଦେଇଛି।

Leave a Reply

Your email address will not be published. Required fields are marked *