ଆସୁଛି ନୂଆ ପ୍ରକାର ର ଡ୍ରାଇଭିଂ ଲାଇସେନ୍ସ: ବଦଳିଯିବ କି ପୁରୁଣା? କଣ ସବୁ ସୁବିଧା ରହିବ ନୂଆ ଲାଇସେନ୍ସ ରେ

ଗାଡି ଯେଉଁମାନେ ଚଳାଉଛନ୍ତି ସମସ୍ତଙ୍କ ପାଖରେ ଡ୍ରାଇଭିଂ ଲାଇସିନ୍ସ ଥାଏ। କିନ୍ତୁ ଆସନ୍ତା ଅକ୍ଟୋବର ମାସ ରୁ ସରକାର ଲାଇଶିନ୍ସ କୁ ନେଇ ନୂଆ କିଛି ଘୋଷଣା କରିବେ। ଡ୍ରାଇଭିଂ ଲାଇସିନ୍ସ ନିୟମ କୁ ଅଧିକ ସରଳ କରିବା ଓ ଲୋକଙ୍କୁ ଉନ୍ନତ ମାନର ସେବା ପ୍ରଦାନ ନିମନ୍ତେ ଏହି ନିୟମ ରେ ପରିବର୍ତ୍ତନ ହେବ। ଯେବେ ଠାରୁ ଏହି ନିୟମ ଲାଗୁ ହେବ ସେବେଠାରୁ ସାରା ଦେଶରେ ଗୋଟିଏ ପ୍ରକାର ଡ୍ରାଇଭିଂ ଲାଇସିନ୍ସ ପ୍ରଚଳନ ହେବ।

ନୂତନ ପରିବର୍ତ୍ତନ ରେ ଡ୍ରାଇଭିଂ ଲାଇସିନ୍ସ ଓ ବାହାନ ପଞ୍ଜିକରଣ ସାର୍ଟିଫିକେଟ ଗୋଟିଏ ପ୍ରକାର ର ହେବ। ଏହି ନୂଆ ନିୟମ ଅନୁସାରେ ଲାଇସିନ୍ସ ରେ ମାଇକ୍ରୋ ଚିପ୍ସ ଓ କ୍ୟୁଆର୍ କୋଡ଼ ରହିବ। ଫଳରେ ଡ୍ରାଇଭର ପୂର୍ବରୁ କରିଥିବା ଉଲ୍ଲଂଘନ ଲୁଚାଇବା ଆଉ ସମ୍ଭବ ହେବା ନାହିଁ। ଅନଲାଇନ୍ ଡାଟା ବେଶ୍ ରୁ ଡ୍ରାଇଭର ଓ ବାହାନ ର ସମସ୍ତ ସୂଚନା ମିଳିପାରିବ। ଏହାଛଡା କ୍ୟୁଆର୍ କୋଡ଼ ସ୍କାନ୍ କରିବା ମାତ୍ରେ ଗାଡି ଓ ଚାଳକ ଙ୍କ ସମସ୍ତ ସୂଚନା ମିଲିଯାଇପରିବ।

ଏ ପର୍ଯ୍ୟନ୍ତ ଦେଶରେ ବିଭିନ୍ନ ରାଜ୍ୟ ନିଜ ନିଜର ସୁବିଧା ଅନୁସାରେ ଡିଏଲ୍ ଓ ଆରସି ପ୍ରଚଳିତ ହେବ। ନୂଆ ଡ୍ରାଇଭିଂ ଲାଇସେନ୍ସ ପଲି କାର୍ବୋନେଟ୍ ରେ ହେବ। ଯେଉଁଥିରେ କ୍ୟୁଆର କୋଡ଼ ଓ ଅନ୍ୟ ସୂଚନା ଉପଲବ୍ଧ ରହିବ।

Leave a Reply

Your email address will not be published. Required fields are marked *