ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେକ୍ଅପ୍ ପାଇଁ ମାସକୁ ଖର୍ଚ୍ଚ ହୋଇଥାଏ ୮୦ଲକ୍ଷ ! ଭିଡିଓ ଭାଇରାଲ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ମେକପ୍ ପାଇଁ ମାସ କୁ ଖର୍ଚ୍ଚ କରାଯାଉଛି ୮୦ ଲକ୍ଷ ଟଙ୍କା। ଏହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଭିଡ଼ିଓ ଭାଇରାଲ୍ ହୋଇଛି। ଏହି ୪୫ ସେକେଣ୍ଡ ର ଭିଡ଼ିଓ କୁ ଦେଖିଲା ପରେ ଜଣାପଡିଛି ଯେ ମୋଦି ଙ୍କ ମେକପ ପାଇଁ କେତେ ଟଙ୍କା ଖର୍ଚ୍ଚ କରାଯାଉଛି। ଏହି ଭିଡ଼ିଓ ରେ କିଛି ବିଉଟିସିଆନ ମୋଦି ଙ୍କୁ ମେକପ୍ କରୁଥିବାର ଦେଖାଯାଉଛି।

ଏହି ଭିଡ଼ିଓ ଟି ଗୁରୁଗ୍ରାମ ର ଜଣେ କଂଗ୍ରେସ ଅଧିକାରୀ ଙ୍କ ଫେସବୁକ ପେଜ ରେ ପୋଷ୍ଟ କରାଯାଇଛି। ଯାହାକୁ ୯୫ ହଜାର ଥର ଦେଖା ସାରିଲାଣି।

ଯେଉଁ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେଉଛି ତାହା ସତ୍ୟ କିନ୍ତୁ ଏହାକୁ ଭୁଲ୍ ଭାବରେ ଦର୍ଶାଯାଇଛି। ଭିଡ଼ିଓ ରେ ଥିବା ବିଉଟିସିଆନ ଜଣକ ମୋଦି ଙ୍କ ବ୍ୟକ୍ତିଗତ ବିଉଟିସିଆନ ନୁହନ୍ତି।

ଏହି ଭିଡ଼ିଓ ଟି ହେଉଛି ୨୦୧୬ ମସିହା ମାର୍ଚ୍ଚ ମାସର। ଏହି ଭିଡ଼ିଓ କୁ ଲଣ୍ଡନ ସ୍ଥିତ ମସହୁର ମ୍ୟାଡମ୍ ତୁସାଦ୍ ମିଉଜିଅମ୍ ସେୟାର କରିଥିଲା। ମିଉଜିୟମ ଅନୁସାରେ ଭିଡ଼ିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ମହମ କଣ୍ଢେଇ ର ମାପ ନେବା ସମୟରେ ସୁଟିଂ କରାଯାଇଥିଲା। ମିଉଜୀୟମ ରେ ୨୦ ଜଣ କାରିଗର ୪ ମାସ ମଧ୍ୟରେ ମୋଦି ଙ୍କ କଣ୍ଢେଇ ତିଆରି କରିଥିଲେ। ଏହା ପରେ ଉକ୍ତ ମୀଉଜିୟମ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ କଣ୍ଢେଇ ୨୮ ଅପ୍ରେଲ ୨୦୧୬ ରେ ସ୍ଥାପନା କରାଯାଇଥିଲା।

Leave a Reply

Your email address will not be published. Required fields are marked *