ବାତ୍ୟାର 10ଦିନ ପରେ ବି ମିଳିନି ବିଜୁଳି ,ଅପାରଗତା ବିଷୟରେ ପଚାରିଲେ ଚିହିଁକି ଉଠୁଛନ୍ତି ମ୍ୟାନେଜର ବାବୁ

ଚାଲିଯାଇଛି ବାତ୍ୟା ଫନି କିନ୍ତୁ ଉଜାଡି ଦେଇ ଯାଇଛି ବିଦ୍ୟୁତ ବିଭାଗ କୁ I ଶ୍ରୀକ୍ଷେତ୍ର ,ରାଜଧାନୀ ସହିତ ଅନ୍ୟ ଜିଲ୍ଲାରେ ମଧ୍ୟ ଫନି ପ୍ରଭାବ ରେ ତଳେ ସୋଇଯାଇଛି ହଜାର ହଜାର ସଂଖ୍ୟାରେ ବିଦ୍ୟୁତ ଖୁଣ୍ଟ I ବାତ୍ୟା ଯିବାର ଦୀର୍ଘ 5ଦିନ ପରେ ରାଜଧାନୀ ର କିଛି ଅଞ୍ଚଳ ରେ ପ୍ରଥମ ପର୍ଯ୍ୟାୟ ରେ ବିଦ୍ୟୁତ ସ୍ୱାଭାବିକ ହେଇଥିବା ସରକାରୀ ତଥ୍ୟ ଅନୁଯାଇ ଘୋଷଣା ହେଇଥିଲେ ମଧ୍ୟ ଆଜିକୁ 9ଦିନ ପରେ ବି ଅଧିକାଂଶ ଅଞ୍ଚଳ ରେ ସଂଯୋଗ ହେଇପାରିନି ବିଦ୍ୟୁତ I

ବିଦ୍ୟୁତ ପାଇଁ ରାସ୍ତାକୁ ଓଲ୍ହାଇଛନ୍ତି ରାଜଧାନୀ ବାସି I ସେପଟେ କିନ୍ତୁ ପଦାରେ ପଡିଥିଲା ଶକ୍ତି ବିଭାଗ ର ଅସଲ ଗୁମର I ନା ଅଛନ୍ତି ଆବଶ୍ୟକ କର୍ମଚାରୀ ନା ମେଟେରିଆଲସ I ବିଦ୍ୟୁତ ବିଭାଗ କୁ ସଜାଡ଼ିବାକୁ ପଡୋଶୀ ରାଜ୍ୟରୁ 5000 କୁଶଳୀ ଶ୍ରମିକ ଜୋରଦାର ପ୍ରଚେଷ୍ଟା କରୁଥିଲେ ମଧ୍ୟ ଶକ୍ତି ବିଭାଗ ର ସମନ୍ୱୟ ଅଭାବ ଯୋଗୁଁ ଯଥାଶୀଘ୍ର ସମ୍ପୂର୍ଣ୍ଣ ହେଇପାରୁନି ବିଦ୍ୟୁତ ବିଭାର ପ୍ରଚେଷ୍ଟା I

ତେବେ ଶକ୍ତି ବିଭାଗର ଅସଲ ଗୁମର ପଦାରେ ପଡିବା ପରେ ଏନେଇ ସେସୁ ର ଜେନେରାଲ ମ୍ୟାନେଜର ସୁବ୍ରତ ମିଶ୍ର ଙ୍କ ପ୍ରତିକ୍ରିୟା ନେବାକୁ ଏକ ୱେବ ଚାନେଲ ଚେଷ୍ଟା କରିଥିଲେ I କିନ୍ତୁ ନିଜ ଅପାରଗତା ପଦାରେ ପଡିଯିବା ପରେ ଦୋଷ ଦୁର୍ବଳତା କୁ ଘୋଡାଇବାକୁ ଗଣମାଧ୍ୟମ କୁ ଦେଖି ଚିହିଁକି ଉଠିଥିଲେ ସୁବ୍ରତ ବାବୁ I ସାମ୍ବାଦିକ ବନ୍ଧୁଙ୍କର ବୁମ ଟିକୁ ଭଲ କରି ନିରୀକ୍ଷଣ କରି ଠେଲିଦେଇଥିଲେ ଏବଂ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ I

କେବଳ ଏତିକି ନୁହେଁ ସମ୍ପୃକ୍ତ ଚାନେଲ ଅଭିଯୋଗ ଅନୁଯାଇ ତାଙ୍କୁ ସୁଟିଂ କରିବାକୁ ନଦେଇ ଧମକେଇ ଥିଲେ I Image Credit:TheArgus

Leave a Reply

Your email address will not be published. Required fields are marked *