ରକ୍ତଦାନ କରିବାପାଇଁ ରମଜାନ୍ ଉପବାସ ଭଙ୍ଗିଛନ୍ତି ଜଣେ ୨୬ ବର୍ଷୀୟ ଯୁବକ ପନାଉଲ୍ଲା। ଏହି ଖବର ବର୍ତ୍ତମାନ ଏକ ଚର୍ଚ୍ଚା ର ବିଷୟ ପାଲଟିଛି। ତାଙ୍କର ଏହିଭଳି କାମ ଏବେ ଲୋକମାନଙ୍କ ପାଇଁ ପ୍ରେରଣା ପାଲଟିଛି।
ପନଉଲ୍ଲା ଙ୍କ କହିବା ଅନୁସାରେ ବୁଧବାର ଭୋର୍ ସମୟରେ ସେ ତାଙ୍କ ଖାଇବା ସାରି ନିଜର ଉପବାସ ଭାଙ୍ଗିଥିଲେ। ଏବଂ ଏହାକୁ ଦେଖି ତାଙ୍କ ବନ୍ଧୁ ତାପସ ମୁଣ୍ଡରେ ହାତ ଦେଇଥିଲେ।
ଓପାସ ଭାଙ୍ଗିବାର କାରଣ ପଚାରିବାରୁ ସେ ଡାକ୍ତରଖାନା ରେ ଜଣଙ୍କୁ ‘ ଓ ପାଜେଟିଭ୍ ‘ ରକ୍ତ ଦରକାର ବୋଲି ସେ କହିଥିଲେ। ତାଙ୍କର ‘ ଓ ପାଜେଟିଭ୍ ‘ ରକ୍ତ ଜାଣି କି ବି ରମଜାନ୍ ଚାଲିଥିବାରୁ ସେ ବ୍ୟକ୍ତି ଜଣଙ୍କ ତାଙ୍କୁ ରକ୍ତ ଦେବାକୁ ମନା କରିଥିଲେ। କିନ୍ତୁ ପନଉଲ୍ଲା ରକ୍ତ ଦେବାକୁ ରାଜି ହୋଇଥିଲେ। ଏବଂ ତାଙ୍କ ମୌଲବୀ ଙ୍କ ସହ କଥା ହେବାପରେ ସେ ନିଜ ରକ୍ତ ଦାନ କରିଥିଲେ। ଏହା ଦ୍ବାରା ଜଣେ ବୃଦ୍ଧ ଙ୍କ ଅସ୍ତ୍ରପ୍ରଚାର କରାଯାଇଥିଲା। ଏବଂ ପରେ ପନଉଲ୍ଲା ଙ୍କୁ ଦୁର୍ବଳ ଲାଗିବାରୁ ସେ ନିଜ ଉପବାସ ଭଙ୍ଗିଥିଲେ।
ବର୍ତ୍ତମାନ ପନଉଲ୍ଲା ଙ୍କ ଏହିଭଳି କାମ ପାଇଁ ଲୋକମାନେ ତାଙ୍କୁ ପ୍ରଶଂସା କରୁଛନ୍ତି।