ଭାରତୀୟ ଇଞ୍ଜିନିୟର ଙ୍କ ସଫଳତା:ଏଥର ପାଣି ରେ ଚାଲିବ ଗାଡ଼ି

ବାତ୍ୟା ଫୋନି ପରେ ପେଟ୍ରୋଲ୍ ପମ୍ପରେ ଯେଉଁ ଭିଡ଼ ଦେଖାଯାଉଥିଲା ତାହା ସମସ୍ତେ ଜାଣିଛନ୍ତି।ସେହି ସମୟରେ ସମସ୍ତେ ଭାବୁଥିବେ କି ଗାଡ଼ି ପାଣିରେ ଚଳନ୍ତାନି କି?ଆଗକୁ ଆପଣଙ୍କ ସ୍ବପ୍ନ ସାକାର ହେବାକୁ ଯାଇଛି।ହିଁ ଆଜ୍ଞା ଏଥର ପାଣିରେ ଚାଲିବ ଗାଡ଼ି।

ତାମିଲନାଡୁ କୋଇମାଟୁର୍ ର ମେକାନିକାଲ ଇଞ୍ଜିନିୟର ଏମିତି ଏକ ଇଞ୍ଜିନ ଉଦ୍ଭାବନ କରିଛନ୍ତି।

ଦୀର୍ଘ ୧୦ ବର୍ଷର ଗବେଷଣା ପରେ ତାମିଲନାଡୁର ଇଂଜିନିୟର ଶୁଦ୍ଧି ରାଜନ୍ କୁମାର ସ୍ବାମୀ ଏପରି ଇଞ୍ଜିନ ବାହାର କରିଛନ୍ତି ଯାହା ପାଣିରେ ଚାଲିଛି। ଡିଷ୍ଟଲଡ୍ ୱାଟର ରେ ଇଞ୍ଜିନ ସମ୍ପୂର୍ଣ୍ଣ ରୂପେ କାମ କରୁଛି।ଏପରି ପାଣିରେ ଚାଲୁଥିବା ଇଞ୍ଜିନ ବିଶ୍ୱରେ ପ୍ରଥମ ବୋଲି ସେ କହିଛନ୍ତି।

ଇଞ୍ଜିନ ର ବିଶେଶତ୍ଵ ହେଉଛି ଏହା ପାଣିରୁ ଉଦଯାନ ଗ୍ରହଣ କରି ଅମ୍ଳଜାନ ଛାଡ଼ିବ।ଜଣେ ମେକାନିକାଲ ଇଂଜିନିୟର ଭାବେ ଦୀଘ୍ର ବର୍ଷ ଧରି ଇଞ୍ଜିନ କାମରେ ସେ ଯୋଡ଼ି ହୋଇ ରହିଛନ୍ତି।ଗତ ଦଶ ବର୍ଷ ଧରି ସେ ଏହି କାମରେ ଲାଗିଥିଲେ ଏବଂ ବର୍ତ୍ତମାନ ତାଙ୍କୁ ସଫଳତା ମିଳିଛି।

Leave a Reply

Your email address will not be published. Required fields are marked *