ଏଥର ମିଥ୍ୟା ବଳାତ୍କାର କିମ୍ବା ଅସଦାଚରଣ ମାମଲା ରେ ପୁରୁଷ ଙ୍କୁ ହଇରାଣ କରିପାରିବେନି ମହିଳା

ସାଧାରଣତଃ ଅଧିକାଂଶ ସ୍ଥଳରେ ଦେଖିବାକୁ ମିଳେ କି ମହିଳା ମାନେ ସେମାନଙ୍କ ପାଇଁ ଥିବା ଆଇନ ର ଅପବ୍ୟବହାର କରି ନିରୀହ ଲୋକଙ୍କୁ ହଇରାଣ କରିଥାନ୍ତି I ବିଶେଷ କରି ମିଛ ରେ ବଳାତ୍କାର ବା ଅସଦାଚରଣ ଅଭିଯୋଗ କରିଥାନ୍ତି I ବିଚରା ଦୋଷ ନଥାଇ ମଧ୍ୟ ନିରୀହ ସାଧାରଣ ଲୋକଟିଏ ମହିଳା ପାଇଁ ଥିବା ଏହି ଆଇନ ଦ୍ୱାରା ହଇରାଣ ହେଇଥାଏ I ତେବେ ଏବେ ଆଉ ସେମିତି ହେବାକୁ ପଡିବ ନାହିଁ I

ମିଛ କହି ନିରୀହ ଲୋକଙ୍କୁ ବଳାତ୍କାର ଉଦ୍ୟମ ବା ଅସଦାଚରଣ ରେ ଫସେଇବାକୁ ଚେଷ୍ଟା କରିଥିବା ମହିଳା ତଦନ୍ତ ପରେ ଦୋଷୀ ସାବ୍ୟସ୍ତ ହେଲେ ସମ୍ପୃକ୍ତ ମହିଳାଙ୍କୁ ଆଇନ ର କଠୋର କାର୍ଯ୍ୟାନୁଷ୍ଠାନ ର ସାମ୍ନା ହେବାକୁ ପଡିବ I ଏନେଇ ବମ୍ବେ ହାଇକୋର୍ଟ ଦେଇଛନ୍ତି ରାୟ I ଖବର ଅନୁଯାଇ ନେହା ଗାନ୍ଧିର୍ ଫିଲ୍ ଗୁଡ୍ ଇଣ୍ତିଆ ନାମକ ଏକ କମ୍ପାନୀ ର ଅନ୍ୟ ଏକ କମ୍ପାନୀ ସହିତ କୌଣସି କା`କାରଣ ବଶତଃ ଝଗଡା ହେଇଥିଲା ତେବେ କମ୍ପାନୀ ର ମହିଳା ଉପରୋକ୍ତ କମ୍ପାନୀ ନାମରେ ମିଥ୍ୟା ଯୌନ ଉତ୍ପୀଡନ କେସ୍ ରେ ଫସାଇବାକୁ ଧମକ ଦେଇ ମାମଲା ଦାୟର କରିଥିଲେ I

ତେବେ ଘଟଣାର ତଦନ୍ତ କରାଯାଇ ଜଣାପଡିଥିଲା କି ମହିଳା ଜଣଙ୍କ ସମ୍ପୂର୍ଣ୍ଣ ମିଛ କହୁଛନ୍ତି I ନ୍ୟାୟାଳୟ ର ଗୁରୁତ୍ୱପୂର୍ଣ୍ଣ ସମୟ ନଷ୍ଟ କରିବା ସହିତ ମିଛ ଏତଲା ପାଇଁ ତାଙ୍କ ବିରୋଧରେ ନ୍ୟାୟାଳୟ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା I ତାଙ୍କୁ 25ଲକ୍ଷ ଟଙ୍କା ର ଜୋରିମାନା ଘୋଷଣା କରାଯାଇଥିଲା I

ଜଷ୍ଟିସ୍ ଏମ୍ କାଟାବଲ୍ଲା କହିଥିଲେ କି ଏଭଳି ମିଥ୍ୟା ମାମଲା ର ତ୍ୱରିତ ଶୁଣାଣି କରାଯାଇ ଦୋଷୀ ମହିଳା ଙ୍କ ବିରୁଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ I

Leave a Reply

Your email address will not be published. Required fields are marked *