ଫୋନି କ୍ଷତିଗ୍ରସ୍ତ ଅଂଚଳରେ ଘର ଘର ବୁଲି ମାଗଣାରେ ବିଦ୍ୟୁତ ଉପକରଣ ସଜାଡୁଛନ୍ତି ଆଇଟିଆଇ ଛାତ୍ରଛାତ୍ରୀ

ବାତ୍ୟା ଫନି ଓଡିଶା ର ମେରୁଦଣ୍ଡ ରାଜଧାନୀ ଏବଂ ଶ୍ରୀକ୍ଷେତ୍ର କୁ ଦୋହଲାଇ ଦେଇ ଚାଲିଯାଇଥିବା ବେଳେ ସମ୍ପୂର୍ଣ୍ଣ ଭୁଶୁଡିପଡିଛି ବିଦ୍ୟୁତ ବିଭାଗ I ବିଦ୍ୟୁତ ଶ୍ରମିକ ମାନେ ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ବ୍ୟବସ୍ଥାରେ ସୁଧାର ଆଣିବାକୁ ଉଦ୍ୟମ ଜାରିରଖିଥିବା ବେଳେ ବିଦ୍ୟୁତ ପାଇଁ ଛଟପଟ ହେଉଛନ୍ତି ସାଧାରଣ ଜନତା I ତେବେ ଏ କ୍ଷେତ୍ରରେ ଏକ ନିଆରା ତଥା ପ୍ରଶଂସନୀୟ ପ୍ରଚେଷ୍ଟା କରି ସବୁ ଆଡୁ ପ୍ରସଂଶିତ ହେବାରେ ଲାଗିଛନ୍ତି ରାଜ୍ୟର ସରକାରୀ ଆଇଟିଆଇ କଲେଜର ଛାତ୍ରଛାତ୍ରୀ ମାନେ I

ବାତ୍ୟାର କ୍ଷତିଗ୍ରସ୍ତ ଲୋକଙ୍କ ଘରକୁ ଘର ବୁଲି ମାଗଣାରେ ଅଚଳ ହେଇଯାଇଥିବା ଫ୍ୟାନ ,କୁଲର, ଲାଇଟ୍ ଏବଂ ଅନ୍ୟାନ୍ୟ ବିଦ୍ୟୁତ ଉପକରଣ କୁ ସଜାଡୁଛନ୍ତି I ପ୍ରତିବଦଳରେ ଯଦି କେହି କିଛି ପାଉଣା ଦେଉଛନ୍ତି ତେବେ ଏହାକୁ ମନା କରିବା ସହିତ ଏହା ତାଙ୍କର କର୍ତବ୍ୟ ବୋଲି କହିବା ସତେ ଯେପରି ରାଜଧାନୀ ବାସୀଙ୍କର ମନ କିଣିନେଉଛନ୍ତି ଏମାନେ I

କିଛି ସ୍ଥାନରେ ବିଦ୍ୟୁତ ଆସିସIରିଥିବା ବେଳେ ବିଦ୍ୟୁତ ଉପକରଣ ସବୁ ଅଚଳ ହେଇଯାଇଛି ତ ଆଉ କେଉଁଥି ବାତ୍ୟାର ଆଳ ଦେଖାଇ କଳାବଜାରୀ ବଢ଼ିବାରେ ଲାଗିଛି I ଏ ପରିସ୍ଥିତି ରେ ITI ଛାତ୍ର ଛାତ୍ରୀ ଙ୍କ ଏଭଳି ଉଦ୍ୟମ ସବୁଆଡୁ ପ୍ରସଂଶା ସାଉଁଟିଛି I

Leave a Reply

Your email address will not be published. Required fields are marked *