ଫନି ପରେ ଆଜି ସନ୍ଧ୍ୟା ରେ ଶ୍ରୀ ମନ୍ଦିର କୁ ହେଲା ବିଦ୍ୟୁତ୍ ସଂଯୋଗ: ଟୁଇଟ୍ କରି ଜଣାଇଲେ ମୁଖ୍ୟ ମନ୍ତ୍ରୀ

ଫଣି ରେ ପୁରୀ ଓ ଭୁବନେଶ୍ୱର ରେ ବ୍ୟାପକ କ୍ଷୟକ୍ଷତି ଦ୍ଵାରା ବିଜୁଳି ସଂଯୋଗ ରେ ବ୍ୟାପକ ବାଧା ଉପୁଜିଥିଲା।

ଏପରିକି ଶ୍ରୀ ମନ୍ଦିର ରେ ମଧ୍ୟ ଆଜି ଯାଏଁ ବିଦ୍ୟୁତ୍ ସଂଯୋଗ ହୋଇପାରିନଥିଲା। ଏହି ପାଇଁ ଯୁଧ୍ୟ କାଳୀନ ଭିତ୍ତି ରେ କାର୍ଯ୍ୟ କରାଯାଇ ଭୁବନେଶ୍ୱର ର ପ୍ରାୟ ସମସ୍ତ ଅଞ୍ଚଳ କୁ ବିଦ୍ୟୁତ୍ ସଂଯୋଗ ମିଳି ସାରିଛି।

ପରେ ପରେ ଆଜି ହିଁ ସଂଧ୍ୟା ରେ ପୁରୀ ଶ୍ରୀ ମନ୍ଦିର କୁ ମିଳିଛି ବିଦ୍ୟୁତ୍ ସଂଯୋଗ। ଏ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇରରେ ଜଣାଇଛନ୍ତି।

ଏହା ସହ ସହ ଶ୍ରୀ ମନ୍ଦିର ର ଆଲୋକ ପୂର୍ଣ୍ଣ ଏକ ଫୋଟୋ ପୋଷ୍ଟ କରିଛନ୍ତି। ଶ୍ରଦ୍ଧାଳୁ ମାନେ ଏହି ପୋଷ୍ଟ କୁ ମଧ୍ୟ ଅନେକ ଭଲ ପାଇବା ସହ ସେୟାର କରିଛନ୍ତି।

Leave a Reply

Your email address will not be published. Required fields are marked *