ଇନ୍ଦିରା ଗାନ୍ଧୀଙ୍କ ଭଳି ମତେ ମଧ୍ୟ ବିଜେପି ଵାଲା ହତ୍ୟା କରିଦେବେ : ଅରବିନ୍ଦ କେଜିରୀୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୀୱାଲ କହିଲେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭଳି ମୋର ମଧ୍ୟ ହତ୍ୟା ହୋଇପାରେ Iକେଜିରୀୱାଲ ପଞ୍ଜାବ ନ୍ୟୁଜ ଚ୍ୟାନେଲ ସହ କଥାବାର୍ତା ହେଲାବେଳେ କହିଲେ ବିଜେପି ମୋର ସୁରକ୍ଷାକାର୍ମୀଙ୍କ ସାହାଯ୍ୟରେ ମୋର ହତ୍ୟା କରିପାରେ I ମୋର ନିଜ ସୁରକ୍ଷାକର୍ମୀମାନେ ବିଜେପିକୁ ସପୋର୍ଟ କରୁଛନ୍ତି I କେଜିରୀୱାଲ ଟୁଇଟି କରି କହିଲେ ବିଜେପି ମତେ କାହିଁକି ମାରିବାକୁ ଚାହୁଁଛି ? ମୋର ଦୋଷ କଣ ?ମୁ ଦେଶର ଲୋକଙ୍କ ପାଇଁ ସ୍କୁଲୁ ଆଉ ହସ୍ପିଟାଲତ ବନାଉଛି I ପ୍ରଥମଥର ଦେଶରେ ସ୍କୁଲୁ ଓ ହସ୍ପିଟାଲ ପାଇଁ ସକାରାତ୍ମକ ରାଜନୀତି ଆରମ୍ଭ ହେଉଛି I ବିଜେପି ଏହାକୁ ଖତମ କରିବାକୁ ଚାହୁଁଚି କିନ୍ତୁ ମୁ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଦେଶ ପାଇଁ କାମ କରିବି I ଏହା ଉପରେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ କିରେନ ରିଜିଜୁ ଟୁଇଟି କରି କହିଲେ ଅରବିନ୍ଦ କେଜିରୀୱାଲ ରାଜନୈତିକ ଭରସା ଓ ସମ୍ବେଦନାର ସବୁ ସୀମାକୁ ଭାଙ୍ଗିଦେଇଛନ୍ତି I କେମିତି କୌଣସି ମୁଖ୍ୟମନ୍ତ୍ରୀ ଏଭଳି ଦୋଷପରାଣ ବୟାନ ଦେଇପାରିବ ? ଅରବିନ୍ଦ କେଜିରୀୱାଲଙ୍କ ଆମ ଆଦମୀ ପାର୍ଟି ପଞ୍ଜାବର ସବୁ ସିଟିରେ ନିର୍ବାଚନ ଲଢ଼ୁଛନ୍ତି I

ଏହି ମାସର ଦିଲ୍ଲୀର ମୋତୀବାଗରେ ଏକ ରୋଡ଼ସୋ ସମୟରେ ଅରବିନ୍ଦ କେଜିରୀୱାଲଙ୍କୁ ଏକ ବ୍ୟକ୍ତି ଚାପୁଡ଼ା ମାରିଥିଲା I ଦିଲ୍ଲୀ ପୋଲିସ କହୁଛନ୍ତିକି ସେହି ବ୍ୟକ୍ତି ଜଣକ ଆମ ଆଦମୀ ପାର୍ଟିର ସମର୍ଥକ ବୋଲି କିନ୍ତୁ ଆମ ଆଦମୀ ପାର୍ଟି କହୁଛନ୍ତି ସେହି ବ୍ୟକ୍ତି ଜଣକ ବିଜେପିର ବୋଲି I 2016ରେ ବି କେଜିରୀୱାଲ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋର ହତ୍ୟା କରିପାରନ୍ତି I ଚାପୁଡ଼ା ଘଟଣା ପରେ ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଏକ ଭିଡିଓ ଜାରି କରିଥିଲେ ଯେଉଁଥିରେ ସେ କେନ୍ଦ୍ର ସରକାର ମୁଖ୍ୟମନ୍ତ୍ରୀ କେଜିରୀୱାଲଙ୍କ ସୁରକ୍ଷାରେ ଢିଲା ଦେଇଥିବାର ଆରୋପ ଲଗାଇଛନ୍ତି Iଟୁଇଟି ମାଧ୍ୟମରେ କହିଲେ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଛି କିନ୍ତୁ କେଜିରୀୱାଲଙ୍କ ଜୀବନ ସବୁଠୁ ଅସୁରିକ୍ଷିତ ମନେହେଉଛି I ବାରମ୍ବାର ହାମଲା କଣ ଏହା ପଛରେ କିଛି ଷଡଯନ୍ତ୍ର ଚାଲିଛି ? ସାହାସ ଅଛିତ ସାମ୍ନା ପଟୁ ମାର ,ସେ କହିଲେ କଣ ଅପେକ୍ଷା କରାଯାଉଛି କେତେବେଳେ କେଜିରୀୱାଲଙ୍କ ଉପରେ ଗୁଳି ଚାଲିବ I ଏହା ପୂର୍ବରୁ ଲଙ୍କାଗୁଣ୍ଡ,ଚପଲ ଜରିଆରେ ହାମଲା ମଧ୍ୟ କରାଯାଇଛି I ନଭେମ୍ବର 2018ରେ ଏକ ଯୁବକ ତାଙ୍କର ସମସ୍ୟାକୁ ନେଇ କେଜିରୀୱାଲଙ୍କୁ ଭେଟିବାକୁ ଯାଇଥିଲା ଓ ସେହି ସମୟରେ ଯୁବକ ଜଣକ ତାଙ୍କ ଉପରକୁ ଲଙ୍କାଗୁଣ୍ଡ ଫୋପାଡ଼ି ଦେଇଥିଲା I 2014ରେ ଲୋକସଭା ନିର୍ବାଚନ ସମୟରେ ଏକ ଅଟୋ ଡ୍ରାଇଭର ତାଙ୍କୁ ଚାପୁଡ଼ା ମାରିଥିଲା I ଡ୍ରାଇଭର ତାଙ୍କୁ ମାଳ ପିନ୍ଧାଇବାକୁ ଆସିଥିଲା ଓ ସେହି ସମୟରେ ତାଙ୍କୁ ଚାପୁଡ଼ା ମାରିଥିଲା I 2016ରେ ପଞ୍ଜାବରେ ତାଙ୍କ କାର ଉପରେ ଲୁହା ରଡ଼ ଓ ଅଣ୍ଡା ଜରିଆରେ ହାମଲା କରାଯାଇଥିଲା ଯେଉଁଥିରେ କାରର କାଚ ଭାଙ୍ଗିଯାଇଥିଲା I 2016ରେ ଦିଲ୍ଲୀ ସଚିବାଳୟର ଏକ ସମ୍ମିଳନୀରେ ତାଙ୍କ ଉପରକୁ ଜୋତା ଫୋପାଡ଼ି ବିରୋଧ କରାଯାଇଥିଲା I

Leave a Reply

Your email address will not be published. Required fields are marked *