ଇତିହାସ ରଚିପାରନ୍ତି ନବୀନ ,କମିବ ଆସନ କିନ୍ତୁ ୫ମ ଥର ପାଇଁ ସରକାର ଗଢିବେ

ସରିଯାଇଛି ନିର୍ବାଚନ ର ଅନ୍ତିମ ପର୍ଯ୍ୟାୟ I କେବଳ ପାଟକୁରା ନିର୍ବାଚନ ବାକିଥିବା ବେଳେ ଅନ୍ୟ ସମସ୍ତ ଆସନ ପାଇଁ ମତଦାନ ସରିଛି I ଆସନ୍ତା ୨୩ରେ ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ହେବାକୁ ଥିବାବେଳେ ବିଭିର୍ଣ୍ଣ ଗଣମାଧ୍ୟମ ଏବଂ ସଂସ୍ଥା ଦ୍ୱାରା ପ୍ରସ୍ତୁତ ହେଇଚି ଏକଜିଟ୍ ପୋଲ ରିପୋର୍ଟ ।

ଏହି ରିପୋର୍ଟ ଅନୁଯାଇ ଲୋକସଭା ଆସନ ପାଇଁ 21ଟିରୁ କଡା ଟକ୍କର ଦେବ ବିଜେପି ,ପାଖାପାଖି 10/12 ଯାଏଁ ବିଜେପି ହାତକୁ ଯାଇପାରେ ବୋଲି ପୂର୍ବାନୁମାନ କରାଯାଇଥିବା ବେଳେ ବିଜେଡି 9/11 ପାଇବା ନେଇ ରିପୋର୍ଟ ପ୍ରକାଶ ପାଇଛି

I ସେହିପରି ବିଧାନ ସଭା ଆସନ ପାଇଁ ପ୍ରକାଶିତ ରିପୋର୍ଟ ଅନୁଯାଇ ବିଜେପି ପ୍ରତି ଜନ ସମର୍ଥନ ରହିଥିଲା ଏହି ଜନସମର୍ଥନ ଯଦି ମତଦାନ ରେ ପରିଣତ ହେଇଥିବ ତେବେ ପାଖାପାଖି 40/45 ବିଜେପି ସିଟ ପାଇବାରେ ସକ୍ଷମ ହେବ ନଚେତ ଧାରା ଅନୁଯାଇ 20/25 ଆସନ ପାଇବ ବିଜେପି I ସେହିପରି ବିଜେଡି ରେ ଯେଉଁଭଳି ଗୋଷ୍ଠୀ କନ୍ଦଳ ଲାଗିରହିଥିଲା ଏବଂ ଅଧିକାଂଶ ନେତା ଦଳ ଛାଡିଥିଲେ ତାହା ବିଜେଡି ପାଇଁ ବୁମେରାଙ୍ଗ ହେଇପାରେ I

ରିପୋର୍ଟ କହୁଛି ବିଜେଡି ର ଆସନ କମିଯିବ ,ପାଖାପାଖି 75/85 ଭିତରେ ରହିବ ବିଜେଡି Iଯଦି ଏହି ରିପୋର୍ଟ ସତ ହୁଏ ତେବେ ବିଜେଡି ପୁଣିଥରେ ସରକାର ଗଢିବ ଏବଂ ମୁଖ୍ୟ ବିରୋଧୀ ଆସନ ରେ ବିଜେପି ରହିବ I ନିର୍ବାଚନ ସଂକ୍ରାନ୍ତରେ ନିରପେକ୍ଷ ଖବର ପାଇବାକୁ ଫେସ୍ବୁକ ରେ ଲାଇକ /ଫଲୋ କରନ୍ତୁ ଆମ ଫେସ୍ବୁକ ପେଜ୍ କୁ

Leave a Reply

Your email address will not be published. Required fields are marked *