ଆସନ୍ତୁ ଜାଣିବା ମାଟ୍ରିକ ଟପ୍ପର ସୁନା ଝିଅ ଦେବସ୍ମିତା ଙ୍କ ସଫଳତା ବିଷୟରେ

ଘୋଷଣା ହେଇଯାଇଛି 2019 ମାଟ୍ରିକ ପରୀକ୍ଷା ର ଫଳାଫଳ I 289 ସ୍କୁଲ ର ଶତପ୍ରତିଶତ ପାସ କରିଥିବା ବେଳେ 82 ସ୍କୁଲ ରେ କେହି ବି ଜଣେ ପାସ କରିନାହାନ୍ତି I ତେବେ ଚଳିତବର୍ଷ ପୂର୍ବ ବର୍ଷ ଠାରୁ ପାସ ହାର କମିଥିବା ବେଳେ 1181ଜଣ ଏ1 ଗ୍ରେଡ଼ ପାଇଛନ୍ତି I

ବର୍ତମାନ ସୁଦ୍ଧା ଘୋଷଣା ହେଇଥିବା ଫଳାଫଳ ଅନୁଯାଇ ସବୁଠୁ ଅଧିକ ମାର୍କ ରଖିଛନ୍ତି ବରଗଡ଼ ଶିଶୁମନ୍ଦିର ର ଦେବସ୍ମିତା ଦାସ I ଚଳିତ ଥର ମାଟ୍ରିକ ଟପ୍ପର ହେବା ସହିତ ସମୁଦାୟ 600 ମାର୍କ ରୁ 573 ମାର୍କ ରଖିଛନ୍ତି I ୯୫.୫% ରଖିଥିବା ଦେବସ୍ମିତା ଯଦିଓ ଖୁଶି ଅଛନ୍ତି ତଥାପି ମନରେ ଦୁଃଖ ରହିଯାଇଛି Iତାଙ୍କ ଆଶା ଅନୁଯାଇ 97% ସେ ପାଇବା କଥା କିନ୍ତୁ ଇଂରାଜୀ ଏବଂ ସାହିତ୍ୟ ରେ କିଛି ମାର୍କ କଟିଯାଇଛି Iଇଂରାଜୀ ରେ 90,ଓଡ଼ିଆ ରେ 91,ମ୍ୟାଥ ରେ 100,ବିଜ୍ଞାନ ରେ 95,ଭୂଗଳ ରେ 98,ସଂସ୍କୃତ ରେ 99
ତେବେ ଦେବସ୍ମିତା କହିଛନ୍ତି ଯେ ପ୍ରଥମରୁ ଦୈନିକ ସେ 7/8 ଘଣ୍ଟା ପଢୁଥିଲେ ଏବଂ ପରେ 16/17ଘଣ୍ଟା ପରିଶ୍ରମ କରିଥିଲେ Iତାଙ୍କ ମା ଙ୍କ ପାଇଁ ଆଜି ସେ ଏ ସ୍ଥାନରେ ପହଞ୍ଚିପାରିଛନ୍ତି I ଆଗାମୀ ଦିନରେ ଜଣେ ଭଲ ଡାକ୍ତର ହେବାକୁ ତାଙ୍କର ଲକ୍ଷ ଅଛି I

Leave a Reply

Your email address will not be published. Required fields are marked *