ଏକଜିଟ୍ ପୋଲ ଆସିବା ପରେ ବିଜେପିର ବଢ଼ିଲା ଉତ୍ସାହ : ପ୍ରଧାନମନ୍ତ୍ରୀ ଙ୍କ ମୁଖା ପିନ୍ଧି ସମର୍ଥକ ମାନେ ବନାଉଛନ୍ତି ମିଠା

ଆସିଯାଇଛି ଏକଜିଟ ପୋଲ୍ ର ଫଳାଫଳ।ଏଥିରେ ଉତ୍ସାହିତ ହୋଇ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଉତ୍ସବ ପାଳନ ପାଇଁ ପ୍ରସ୍ତୁତ ହେଲେଣି।ଫଳ ଆସିବା ପୂର୍ବରୁ ହିଁ ୪ ହଜାର କିଲୋ ମିଠାର ଅର୍ଡର୍ ଦେଇଛନ୍ତି ଉତ୍ତର ମୁମ୍ବାଇର ବିଜେପି ପାର୍ଥୀ।ଏହି ମିଠା ପ୍ରସ୍ତୁତ କରୁଥିବା କାରିଗର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖା ପିନ୍ଧି ମିଠା ପ୍ରସ୍ତୁତ କରୁଛନ୍ତି।

ଉତ୍ତର ମୁମ୍ବାଇର ଗୋପାଳ ସେଟ୍ଟିଙ୍କ ବିଜୟ ପୂର୍ବରୁ ହିଁ ମୁମ୍ବାଇର ବୋରବଲି ରେ ଦୋକାନୀ ଲଡୁ ଏବଂ ମିଠା ତିଆରି କରୁଛନ୍ତି।ଦୋକାନୀ କହିବା ଅନୁସାରେ ତାଙ୍କ ପାଖରେ କାମ କରୁଥିବା କାରିଗର ବହୁତ୍ ଖୁସି ଅଛନ୍ତି।ସେଥିପାଇଁ ସେମାନେ ମୋଦୀଙ୍କ ମୁଖା ପିନ୍ଧି ମିଠା ତିଆରି କରୁଛନ୍ତି।ଉତ୍ତର ମୁମ୍ବାଇ ଆସନରୁ ଉର୍ମିଳା ମତୋଣ୍ଡକର ଏବଂ ବିଜେପି ସାଂସଦ ଗୋପାଳ ସେଟ୍ଟିଙ୍କ ମଧ୍ୟରେ ମୁକାବିଲା ହୋଇଛି।

Leave a Reply

Your email address will not be published. Required fields are marked *