ହାତଗଣ୍ଠି ପଡିବା ପୂର୍ବରୁ ଢ଼ୋ ଢ଼ୋ କରି ବରକୁ ଚପଲରେ ସେକିଲା କନିଆଁ

ବିହାର ର ଏକ ଘଟଣା ଏବେ ଚର୍ଚାରେ ରହିଛି I ବାହାଘର ପୂର୍ବରୁ ବେଦିରେ ବରକୁ ଚପଲରେ ସେକିଛି କନ୍ୟା I ସୂଚନା ଅନୁଯାଇ ଘଟଣାଟି ବିହାରର ମୁଜଫରପୁର ଜିଳ୍ଲାର I ଏହି ଅଞ୍ଚଳ ର ମିଠନପୁରାର ମଲିଘାଟରେ ମୁସହରୀ କୁ ବିବାହ କରିବାକୁ ବରଯାତ୍ରୀ ନେଇ ପହଞ୍ଚିଥିଲା ଅଶୋକ କୁମାର ପାସଓ୍ବାନ I

ବିବାହ ପ୍ରସ୍ତୁତି ଆରମ୍ଭ ହେବାକୁ ଥିବାବେଳେ ହଠାତ ଜଣାପଡିଥିଲା ଅସଲ ଘଟଣା I ବିବାହ ବେଦିରେ ପହଂଚିଥିଲେ ଜଣେ ମହିଳା ଏବଂ ଖୋଲି ଦେଇଥିଲେ ସବୁ ଗୁମର I ଖବର ଅନୁଯାଇ ସେ ମହିଳା ଥିଲେ ବର ସାଜି ଆସିଥିବା ଅଶୋକ ଙ୍କ ପତ୍ନୀ I ଘରେ ପତ୍ନୀ ଥାଉ ଥାଉ ଅଶୋକ ତାଙ୍କୁ ଶଶୁର ଘରେ ଛାଡ଼ିଦେଇ ଆସିଥିଲେ I ଅଶୋକ ଙ୍କ ପତ୍ନୀ 3ମାସର ଗର୍ଭବତୀ ମଧ୍ୟ ଥିଲେ I

ତେବେ ତାଙ୍କୁ ନଜଣାଇ ପୁଣିଥରେ ବିବାହ କରିବାକୁ ଅଶୋକ ଜାଲ ବିଛାଇଥିଲେ I ପ୍ରଥମ ପତ୍ନୀ ଙ୍କ ପାଖକୁ ନଯିବାରୁ ତାଙ୍କର ସନ୍ଦେହ ହେଇଥିଲା ଏବଂ ସେ ଖବର ନେବାରୁ ଜାଣିପାରିଥିଲେ କି ତାଙ୍କ ସ୍ୱାମୀ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି I ସେ ତୁରନ୍ତ ସେଠାରେ ପହଞ୍ଚିଥିଲେ ଏବଂ ସମସ୍ତ ଖବର ଜଣାଇଥିଲେ I

ଏତେସବୁ ଜାଣିବା ପରେ କନ୍ୟା ବେଶରେ ଥିବା ମୁସହରୀ ଉଠିଯାଇ ଢ଼ୋ ଢ଼ୋ କରି ବର ଗାଲରେ ଚପଲରେ ଦୁଇ ପାହାର ସେକିଦେଇଥିଲେ I

Leave a Reply

Your email address will not be published. Required fields are marked *