ଗୁଗୁଲ ସହ ହାତ ମିଳାଇଲା ପ୍ରସାର ଭାରତୀ, ୟୁଟ୍ୟୁବରେ ବି ଦେଖି ପାରିବେ ନିର୍ବାଚନ ରେଜଲ୍ଟ

ଆସନ୍ତା କାଲି ପ୍ରକାଶିତ ହେବ ଲୋକସଭା ଓ ରାଜ୍ୟସଭାର ନିର୍ବାଚନ ଫଳାଫଳ। ଏହି ଫଳାଫଳ କୁ ଦର୍ଶକ ମାନେ ସିଧାସଳଖ ଦେଖିବାପାଇଁ ଗୁଗଲ ସହିତ ପ୍ରସାର ଭାରତୀ ହାତ ମିଳାଇଛି। ଯାହାଫଳରେ ଦର୍ଶକ ମାନେ ସୋସିଆଲ ଭିଡ଼ିଓ ସାଇଟ୍ ୟୁଟ୍ୟୁବ ରେ ସିଧାପ୍ରସରଣ ରେ ଦେଖିପାରିବେ।

ଏହାକୁ ନେଇ ପ୍ରସାର ଭାରତୀ କହିଛନ୍ତି ଯେ ଗୁଗଲ ଓ ପ୍ରସାର ଭାରତୀ ଆସନ୍ତା ୨୩ ତାରିଖ ରେ ଗଣତନ୍ତ୍ର ର ସବୁଠାରୁ ବଡ ଉତ୍ସବ ପାଳନ କରିବେ। ପ୍ରସାର ଭାରତୀ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶଶି ଶେଖର ଭେମ୍ପତି ଙ୍କୁ କହିଛନ୍ତି ଯେ, କେହି ବି ୟୁଜର୍ଶ ଖୋଲିବେ ସେମାନଙ୍କୁ ପ୍ରଥମେ ନିର୍ବାଚନ ର ଫଳାଫଳ ର ଲାଇଭ ଷ୍ଟ୍ରିମିଙ୍ଗ ଦେଖାଯିବ।

ଏହା ମାଧ୍ୟମ ରେ ଜଣେ ଚାହିଁଲେ ଯେ କୌଣସି ଭାଷା ରେ ମଧ୍ୟ ନିର୍ବାଚନ ଫଳାଫଳ ର ସିଧପ୍ରସରଣ ଦେଖି ପାରିବେ। ଦର୍ଶକ ମାନଙ୍କ ପାଇଁ ୧୪ ଟି ଭାଷା ରେ ସିଧାପ୍ରସାରଣ କରାଯିବ ବୋଲି ପ୍ରସାରି ଭାରତ ପକ୍ଷ ରୁ କୁହାଯାଇଛି। ଏବଂ ଏହି ସେବା ମେ ୨୩ ତାରିଖ ଦିନ ପୁରା ଦିନ ରହିବ ବୋଲି ଖବର ମିଳିଛି।

ଏଠାରେ ଆପଣମାନଙ୍କୁ କହିରଖିବାକୁ ଚାହୁଛୁ କି ୨୦୧୯ ଲୋକସଭା ନିର୍ବାଚନ ପାଇଁ ୭ ଟି ପର୍ଯ୍ୟାୟ ରେ ଭୋଟ ହୋଇଛି। ଏପ୍ରିଲ୍ ୧୧ ରେ ପ୍ରଥମ ପର୍ଯ୍ୟାୟ ହୋଇଥିବା ବେଳେ ଏହାର ଶେଷ ପର୍ଯ୍ୟାୟ ମେ ୧୯ ରେ ହୋଇଥିଲା

Leave a Reply

Your email address will not be published. Required fields are marked *