ଫଳାଫଳ ପୂର୍ବରୁ ହିଂସାକାଣ୍ଡ ,ଆସ୍କା କଂଗ୍ରେସ ବିଧାୟକ ପ୍ରାର୍ଥୀ ଙ୍କୁ ଗୁଳିମାଡ

ଆଜି ନିର୍ବାଚନ ଫଳାଫଳ ଘୋଷଣା ହେବାକୁ ଥିବାବେଳେ ଗତକାଲି ସନ୍ଧ୍ୟାରେ ଘଟିଯାଇଛି ଏକ ଅଘଟଣ I ଗଞ୍ଜାମ ଆସ୍କାର କଂଗ୍ରେସ ବିଧାୟକ ପ୍ରାଥୀ ମନୋଜ ଜେନାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି I ଗୁଳିମାଡ ରେ ମନୋଜ ଗୁରୁତର ଆହତ ହେଇଛନ୍ତି I ଖବର ଅନୁଯାଇ ଗତକାଲି ମନୋଜ ଓ ତାଙ୍କ ସହଯୋଗୀ ଲାଞ୍ଜିପଲ୍ଲୀ ନିକଟସ୍ଥ ଅକ୍ସଫୋର୍ଡ ସ୍କୁଲ ପାଖରେ ଥିବାବେଳେ ହଠାତ ଏକ ବାଇକ ରେ ଚାରିଜଣ ଦୁର୍ବୁର୍ତ୍ତ ସେଠାରେ ପହଞ୍ଚିଥିଲେ I କେହି କିଛି ବୁଝିବା ଆଗରୁ ମନୋଜ ଙ୍କ ଉପରକୁ ଗୁଳି ମାଡ କରି ଚାଲିଯାଇଥିଲେ I

ଗୁରୁତର ଅବସ୍ଥାରେ ମନୋଜ ଙ୍କୁ ପ୍ରଥମେ ଏମକେସିଜି ଏବଂ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି I ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଖୋଳତାଡ ଜାରି ରଖିଛି I

Leave a Reply

Your email address will not be published. Required fields are marked *