୧୦ ଫୁଟ ର କୁମ୍ଭୀର ସହ ୫୦ଟି ଅଣ୍ଡା କେନ୍ଦ୍ରାପଡା ର ମହାକାଳପଡ଼ା ର ଏକ ବାଉଁଶ ବୁଦା ରୁ ଉଦ୍ଧାର

ମହାକାଳପଡ଼ା: କେନ୍ଦ୍ରାପଡା ମହାକାଳପଡା ର ଅରଦ ନାମକ ଏକ ଗ୍ରାମ ରୁ ଏକ ବାଉଁଶ ବୁଦା ରୁ ଏକ ୧୦ ଫୁଟ ର ମାଈ କୁମ୍ଭୀର ସହ ୫୦ ଟି କୁମ୍ଭୀର ଅଣ୍ଡା ରବିବାର ଦିନ ଉଦ୍ଧାର କରାଯାଇଛି।

ମିଳିଥିବା ସୂଚନା ମୁତାବକ କୁମ୍ଭୀର ଟି ନିକଟସ୍ଥ ଗୋଦାବରୀ ନଦୀ ରୁ ବାଉଁଶ ବୁଦା ନିକଟକୁ ଚାଲି ଆସିଥିଲା ଏବଂ ସୁବାଷ ପାତ୍ର ନାମକ ଯୁବକ ସେଠାକୁ ଯାଇଥିବା ବେଳେ ତାଙ୍କୁ କୁମ୍ଭୀର ଟି ଆକ୍ରମଣ କରିଥିଲା ସେ କୌଣସି ମତେ ସେଠାରୁ ଖସି ଆସିଥିଲେ ଏବଂ ଗ୍ରାମବାସୀ ଓ ବନ ବିଭାଗ କୁ ଖବର ଦେଇଥିଲେ।

ହେଲେ ବନ ବିଭାଗ ଆସିବା ଆଗରୁ ଗ୍ରାମବାସୀ ମନେ କୁମ୍ଭୀର କୁ ଅକ୍ତିଆର କରିଦେଇଥିଲେ।

Leave a Reply

Your email address will not be published. Required fields are marked *