ଢେଙ୍କାନାଳ ରେ ବାଜି ମାରିନେଲେ ନିଧି ସାମଲ,21ହଜାର ଭୋଟ ରେ ହରାଇଲେ ବିପକ୍ଷଙ୍କୁ

ସରିଯାଇଛି ନିର୍ବାଚନ ମତଦାନ ଗଣତି Iରାଜ୍ୟରେ ଅଧିକାଂଶ ନିର୍ବାଚନୀ ମଣ୍ଡଳୀ ରେ ବିଜେଡି ପୁନର୍ବାର ବହୁମତ ପାଈ ଆଗରେ ଥିବାବେଳେ ସବୁଠୁ ଚର୍ଚାରେ ଥିବା ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ ରେ ବାଜି ଜିତିଯାଇଛନ୍ତି ବିଜେଡି ପ୍ରାଥୀ ସୁଧୀର ସାମଲ I ବିଶେଷ କରି ବିଜେଡି ର ଗଡ ଥିବା ଏହି ନିର୍ବାଚନୀ ମଣ୍ଡଳୀ ରେ ପୂର୍ବଥର ସରୋଜ ସାମଲ 3200 ଭୋଟ ବ୍ୟବଧାନ ରେ ବିଜୟୀ ହେଇଥିବା ବେଳେ ଏଥରକ ସୁଧୀର ସାମଲ 21023 ଭୋଟ ବ୍ୟବଧାନ ରେ ପ୍ରତିପକ୍ଷ ବିଜେପି ପ୍ରାଥୀ କୃଷ୍ଣ ପାତ୍ର ଙ୍କୁ ହରାଇଛନ୍ତି I ସୁଧୀର ଙ୍କ ବିପକ୍ଷରେ ବିଜେପି ପ୍ରାଥୀ କୃଷ୍ଣ ପାତ୍ର ଏବଂ କଂଗ୍ରେସ ପ୍ରାଥୀ ନବୀନ ନନ୍ଦ ଲଢୁଥିଲେ ମଧ୍ୟ ,ସୁଧୀର ଙ୍କ ଲୋକପ୍ରିୟତା ଆଗରେ ଉଭୟ ଚିତ୍ ପଟାଙ୍ଗ ମାରିଛନ୍ତି I

ପ୍ରଚାର ମୈଦାନ ରେ ସୁଧୀର ଙ୍କ ଲୋକପ୍ରିୟତା ଯଥେଷ୍ଟ ଦେଖିବାକୁ ମିଳିଥିଲା ,ଏନେଇ ପୂର୍ବରୁ ମଧ୍ୟ ଓଡିଶା Exclusive ଗ୍ରାଉଣ୍ଡ ଜିରୋ ରିପୋର୍ଟ ଅନୁଯାଇ ପ୍ରକାଶ ପାଇଥିଲା କି ଆଗରେ ଅଛନ୍ତି , ଢେଙ୍କାନାଳ ରେ ବାଜି ମାରିପାରନ୍ତି I

ତେବେ ସତ ହେଇଚି ଓଡିଶା Exclusive ପୂର୍ବାନୁମାନ ,ବହୁମତରେ ବିଜୟୀ ହେଇଛନ୍ତି ସୁଧୀର ସାମଲ I

ଏନେଇ ଓଡିଶା Exclusive କୁ ସାକ୍ଷାତ କାର ଦେଇ ସୁଧୀର ସାମଲ କହିଛନ୍ତି ଯେ ଢେଙ୍କାନାଳ ବାସୀଙ୍କ ଭଲପାଇବା ଏବଂ ଶ୍ରଦ୍ଧା ଆଗରେ ସେ ଋଣୀ I ତାଙ୍କୁ ଏତେ ପରିମାଣରେ ଭଲପାଇବା ଦେଇଥିବାରୁ ଢେଙ୍କାନାଳ ବାସୀଙ୍କ ପାଖରେ କୃତଜ୍ଞ I ଆଗାମୀ ଦିନରେ ଢେଙ୍କାନାଳ ରେ ବାକି ରହିଯାଇଥିବା ସମସ୍ତ ଅଧୁରା କାର୍ଯ୍ୟ କୁ ସେ ପୁରା କରିବାକୁ ପ୍ରତିଶୃତିବଦ୍ଧ I ବିଶେଷ କରି ଢେଙ୍କାନାଳ ପାଇଁ ତାଙ୍କୁ ଚୟନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି I

Leave a Reply

Your email address will not be published. Required fields are marked *