ଶିଷ୍ୟ ଜୟନ୍ତ ଙ୍କ ଠାରୁ ହାରିଗଲେ ବରିଷ୍ଠ ବିଜେଡି ନେତା ତଥା ଗୁରୁ ମହେଶ୍ୱର

ବିଗତ କିଛିଦିନ ଧରି ବାତ୍ୟା ଫନି ପାଇଁ ସବୁଠୁ ଅଧିକ ଚର୍ଚ୍ଚା ରେ ଥିବା ପୁରୀ ଆଜି ପୁଣି ଥରେ ଚର୍ଚାର ପରିଧି କୁ ଚାଲିଆସିଛି Iନିର୍ବାଚନ ଗଣତି ଫଳାଫଳ ଘୋଷଣା ହେଇସାରିଥିବା ବେଳେ ପୁରୀରେ ସମସ୍ତଙ୍କୁ ଚମକାଇଦେଇଛି ଫଳାଫଳ I ବିଜେଡି ର ସବୁଠାରୁ ଟାଣୁଆ ନେତା ତଥା ପୁରୀର ବିଧାୟକ ମହେଶ୍ୱର ମହାନ୍ତି ହାରି ଯାଇଛନ୍ତି ନିଜ ଶିଷ୍ୟ ଜୟନ୍ତ ଷଡ଼ଙ୍ଗୀ ଙ୍କ ଠାରୁ I ଜୟନ୍ତ ବିଜେଡି ର ଟାଣୁଆ ନେତା ଥିବାବେଳେ ମୁନିସିପାଲିଟି ଚେୟାର ମ୍ୟାନ ଥିଲେ ଏବଂ ସତ୍ୟବାଦୀ ବିଧାନସଭା ପାଇଁ ଆଶାୟୀ ଥିଲେ ,ଦଳ କିନ୍ତୁ ତାଙ୍କୁ ଅଣଦେଖା କରିଥିଲା ଫଳରେ ସେ ବାଧ୍ୟ ହେଇ ବିଜେଡି ଛାଡିଥିଲେ ଏବଂ ବିଜେପି ରେ ମିଶିଥିଲେ

I ବିଜେପି ରୁ ତାଙ୍କୁ ପୁରୀ ଟିକେଟ ମିଳିଥିଲା ଏବଂ ସେ ପୁରୀରେ ମହେଶ୍ୱର ଙ୍କ ବିପକ୍ଷରେ ଲଢ଼ିଥିଲେ I ତେବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଜୋରଦାର ଟକ୍କର ଦେଇ ମହେଶ୍ୱର ଙ୍କୁ ହରାଇଛନ୍ତି ଜୟନ୍ତ ଷଡ଼ଙ୍ଗୀ I ମହେଶ୍ୱର 71156ଭୋଟ ପାଇଥିବା ବେଳେ ଜୟନ୍ତ 74413ଭୋଟ ପାଇଛନ୍ତି I

ବିଜେଡି ରେ ଜୟନ୍ତ ଙ୍କ ଦଗଦମା ରୁ ଅନୁମାନ କରାଯାଉଥିଲା କି ଜୟନ୍ତ ଙ୍କ ଦଳ ଛାଡିବା ବିଜେଡି ପାଇଁ ମହଙ୍ଗା ପଡିପାରେ ଏବଂ ପୁରୀର ଅନ୍ୟ ଆସନ ଉପରେ ପ୍ରଭାବ ପକାଇପାରେ ଯାହାକି ବାସ୍ତବରେ ସାବ୍ୟସ୍ତ ହେଇଚି I ଏବଂ ଜୟନ୍ତ ଙ୍କ ପ୍ରଭାବ ଲୋକସଭା ଏବଂ ବ୍ରହ୍ମଗିରି ରେ ମଧ୍ୟ ଦେଖିବାକୁ ମିଳିଛି I

Leave a Reply

Your email address will not be published. Required fields are marked *