କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ କି ରାହୁଲ ? ମା’ ସୋନିଆଙ୍କ ସହ ଆଲୋଚନା କରିଥିବା ସୂଚନା

୨୦୧୯ ଲୋକସଭା ନିର୍ବାଚନ ରେ ବିଜେପି ପୁଣି ଥରେ ସରକାର ଗଢ଼ିବାକୁ ଯାଉଛି। ବିଜେପି ର ଏହି ସଫଳତା କଂଗ୍ରେସ କୁ ଦେଇଛି ବଡ଼ ଝଟକା। ଏପରିକି ନିଜ ପରାଜୟତା କୁ ସ୍ବୀକାର କରିସାରିଛନ୍ତି କଂଗ୍ରେସ ର ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ତେବେ ବର୍ତ୍ତମାନ ର ସବୁଠୁ ବଡ଼ ଖବର ହେଉଛି କି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପଦବୀ ରୁ ଇସ୍ଥପା ଦେଇ ପାରନ୍ତି ବୋଲି ସୂଚନା ମିଳିଛି। ଏହି ଖବର ରାହୁଲ ଙ୍କ ମା ସୋନିଆ ଗାନ୍ଧୀ ଙ୍କ ଗଣମାଧ୍ୟମ ସହ ଆଲୋଚନା ରୁ ମିଳିଛି।

ସୂଚନା ଅନୁଯାୟୀ, ବର୍ତ୍ତମାନ ର ଟ୍ରେଣ୍ଡ ସୁଦ୍ଧା ବିଜେପି ୩୪୨ ଆସନ ସହ ସରକାର ଗଢ଼ିବାକୁ ଆଗକୁ ବଢୁଛି। ଅନ୍ୟ ପଟେ କଂଗ୍ରେସ ର ଗଡ କୁହାଯାଉଥିବା ଅମେଠି ଆସନ ରୁ ନିଜେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଜେପି ନେତ୍ରୀ ସ୍ମୃତି ଇରାନି ଙ୍କ ଠାରୁ ପରାଜିତ ହୋଇଛନ୍ତି। ଏହି ଭଳି ପରାଜୟ କୁ ଦେଖି ରାହୁଲ ଗାନ୍ଧି ନିଜ ପଦବୀ ରୁ ଇସ୍ଥାପା ଦେବେ ବୋଲି ଶୁଣାଯାଉଛି।

Leave a Reply

Your email address will not be published. Required fields are marked *