ଟିଏମସିର ନିରାଶାଜନକ ପ୍ରଦର୍ଶନ ପରେ ଇସ୍ତଫା ପ୍ରସ୍ତାବ ଦେଲେ ମମତା : କହିଲେ, ମୁଁ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଚାହୁଁନି

ପଶ୍ଚିମବଙ୍ଗ ରେ ଚଳିତ ବର୍ଷ ନିର୍ବାଚନ ର ଫଳାଫଳ ରୁ ଜଣାପଡିଛି ଯେ ତୃଣମୂଳ କଂଗ୍ରେସ ଗତ ଥର ଭଳି ସଫଳତା ଲାଭ କରିପାରି ନାହିଁ। ୨୦୧୪ ଓ ୨୦୧୯ ନିର୍ବାଚନ କୁ ତୁଳନା କଲେ ଜଣାପଡେ ଯେ ଗତ ନିର୍ବାଚନ ରେ ମମତା ବାନାର୍ଜୀ ଙ୍କ ନେତୃତ୍ଵ ରେ ଥିବା ଟିଏମସି ୩୪ ଟି ସିଟ୍ ହାତେଇ ଥିବା ବେଳେ ଚଳିତ ନିର୍ବାଚନ ରେ ମାତ୍ର ୨୨ ଟି ସିଟ୍ ହାସଲ କରିଛି। ଅନ୍ୟପଟେ ବିଜେପି ୧୮ ଟି ଆସନ ଅକ୍ତିଆର କରିନେଇଛି।

ବିଜେପି ପୂର୍ବ ନିର୍ବାଚନ ରେ ୨ ଟି ସିଟ୍ ହାସଲ କରିଥିବା ବେଳେ ଚଳିତ ନିର୍ବାଚନ ରେ ୧୮ ଟି ସିଟ୍ ହାସଲ କରିଛି। ବିଜେପି ର ଏହି ବଡ଼ ସଫଳତା କୁ ନେଇ ବର୍ତ୍ତମାନ ଚାରିଆଡ଼େ ବିଶ୍ଳେଷଣ ଚାଲିଛି। କିନ୍ତୁ ବିଜେପି ର ଏହି ସଫଳତା ରେ ଅତି ଦୁଃଖିତ ହୋଇପାରିଛନ୍ତି ମମତା। ଟିଏମସି ର ଖରାପ ପ୍ରଦର୍ଶନ ପରେ ମମତା ନିଜ ପଦବୀ ରୁ ଇସ୍ଥପା ଦେବେ ବୋଲି ଚର୍ଚ୍ଚା ଚାଲିଛି।

କୋଲକାତା ରେ ଆୟୋଜିତ ଏକ ପ୍ରେସ କନଫରେନ୍ସ ବୈଠକ ରେ ମମତା ଆଉ ମୁଖ୍ୟମନ୍ତ୍ରୀ ରୂପରେ କାର୍ଯ୍ୟ କରିବା ସମ୍ଭବ ନୁହେଁ ବୋଲି ସେ ନିଜେ କହିଛନ୍ତି। କେନ୍ଦ୍ର ଶକ୍ତି ତାଙ୍କ ବିରୋଧ ରେ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି। ସମାଜ କୁ ହିନ୍ଦୁ ଓ ମୁସଲମାନ ଭୋଟ ରେ ବାଣ୍ଟି ଦିଆଯାଇଛି। ଏ ନେଇ ନିର୍ବାଚନ କମିଶନ ଙ୍କ ନିକଟରେ ଅଭିଯୋଗ କରାଯିବା ସତ୍ତ୍ଵେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ବୋଲି ମମତା ଅଭିଯୋଗ କରିଛନ୍ତି। ଏହା ସହିତ ନିର୍ବାଚନ କମିଶନ ଏବେ ସମ୍ପୂର୍ଣ୍ଣ ଭାବରେ ବିଜେପି ପ୍ରଭାବ ରେ ରହିଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *