ବର୍ତ୍ତମାନ ଦେଶ ରେ କଂଗ୍ରେସ ର ପରିସ୍ଥିତି ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି। ଏଥି ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜକୁ ଦୋଷ ନଦେଇ ଅନ୍ୟ ଉପରେ ଦୋଷ ଲଦି ଦେଉଛନ୍ତି। ଦଳ ର ଏଭଳି ପରିସ୍ଥିତି ପାଇଁ ସେ ସିଧା ସଳଖ ଦଳ ର ବରିଷ୍ଠ ନେତା ଙ୍କ ପୁତ୍ର ମୋହ କୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ଦଳ ର ବରିଷ୍ଠ ନେତା ମାନେ ଦଳ ର ହିତ ଅପେକ୍ଷା ନିଜ ପୁଅ ମାନଙ୍କ ହିତ କଥା ଅଧିକ ଚିନ୍ତା କରୁଛନ୍ତି। ଏହା ଫଳ ରେ ଦଳ ର ପରାଜୟ ଘଟୁଛି।
ସେ ଦଳ ର ପ୍ରମୁଖ ୩ ଜଣ ନେତା ଯଥା ଗେହେଲଟ, କମଲନାଥ, ଓ ପି ଚିତାମ୍ୱରମ୍ ଙ୍କୁ ଆକ୍ଷେପ କରି କହିଛନ୍ତି। ରାଜସ୍ଥାନ ର ମୁଖ୍ୟମନ୍ତ୍ରୀ ଗେହଲଟ ଓ ମଧ୍ୟପ୍ରଦେଶ ର ମୁଖ୍ୟମନ୍ତ୍ରୀ କମଲ୍ ନାଥ ନିଜ ପୁତ୍ର ନକୁଲ୍ ନାଥ ଙ୍କୁ ପ୍ରାର୍ଥୀ କରିଥିଲେ ଯାହାକୁ କି ରାହୁଲ ଆଦୌ ସହମତି ଦେଇନଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିତମ୍ବରମ୍ ତାଙ୍କ ପୁଅ ଙ୍କୁ ପ୍ରାର୍ଥୀ କରାଇଥିବାରୁ ସେ ତାଙ୍କୁ ମଧ୍ୟ ଦୋଷୀ କରାଇଛନ୍ତି।