ଅପରାଜିତା ଙ୍କୁ କେନ୍ଦ୍ର ରେ ମିଳିବ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀପଦ !

ଓଡ଼ିଶାରେ ବିଜେପି କୁ ୮ ସାଂସଦ ବିଜୟ ଉପହାର ଦେଇଥିବା ବେଳେ ସବୁଠାରୁ ଚର୍ଚ୍ଚାରେ ଅଛନ୍ତି ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ପ୍ରତାପ ଷଡ଼ଙ୍ଗୀ Iଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ- ଜୁଏଲ ଓରାମ, ବଲାଙ୍ଗୀରରୁ ସଙ୍ଗୀତା କୁମାରୀ ସିଂହଦେଓ,ସମ୍ବଲପୁରରୁ- ନୀତିଶ ଗଙ୍ଗଦେବ ,ବରଗଡ଼ରୁ ସୁରେଶ ପୂଜାରୀ,କଳାହାଣ୍ଡିରୁ- ବସନ୍ତ ପଣ୍ଡା ଏବଂ ମୟୁରଭଞ୍ଜରୁ- ବିଶେଶ୍ୱର ଟୁଡୁ ବିଜୟୀ ହେଇଛନ୍ତି I

ନିକଟରେ ମୋଦିଙ୍କ ମନ୍ତ୍ରୀମଣ୍ଡଳ ରେ କିଏ ମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ପୂର୍ବଥର ଜଣେ ସାଂସଦ ଦେଇଥିଲା ଓଡିଶା ଏବଂ ଜୁଏଲ ଙ୍କୁ ମଧ୍ୟ ମନ୍ତ୍ରୀ କରାଯାଇଥିଲା I ଏଥରକ ଚର୍ଚ୍ଚା ଚାଲିଛି କି ସୁରେଶ ପୂଜାରୀ ଏବଂ ବସନ୍ତ ପଣ୍ଡା ଙ୍କୁ ଓଡ଼ିଶାର ସାଂଘ ଠାନିକ ଦାୟିତ୍ୱ ଦିଆଯାଇପାରେ I

ଜୁଏଲ ଙ୍କୁ ପୁନର୍ବାର ମନ୍ତ୍ରୀପଦ ଦିଆଯିବା ସହିତ ସଂଗୀତା ଏବଂ ପ୍ରତାପ ଙ୍କୁ ମଧ୍ୟ ମନ୍ତ୍ରୀ ପଦ ଦିଆଯାଇପାରେ Iତେବେ ପ୍ରଶାସିକାରୁ ରାଜନୀତି ରେ ପାଦ ଦେଇ ସଫଳତା ପାଇଥିବା ଅପରାଜିତା ଷଡ଼ଙ୍ଗୀ ଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ଦିଆଯାଇପାରେ i କାହିଁକିନା ପୂର୍ବରୁ ତାଙ୍କର ମନରେଗା ଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କୁ ସୁଚାରୁରୂପେ ସମ୍ପାଦନା କରିବାର ଯୋଗ୍ୟତା ଅଛି I

Leave a Reply

Your email address will not be published. Required fields are marked *