ଯେକୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ମମତାଙ୍କ ବିଶ୍ୱସ୍ତ ଅଫିସର ରାଜୀବ କୁମାର

କୌଣସି ବି ମୁହୂର୍ତ୍ତ ରେ ଗିରଫ ହୋଇ ପାରନ୍ତି ମମତା ଙ୍କ ବିଶ୍ଵସ୍ଥ ଅଫିସର ରାଜୀବ କୁମାର। ତାଙ୍କ ବିରୋଧ ରେ ଲୁକଆଉଟ ର ନୋଟିସ ଜାରି କରିଛି ସିବିଆଇ। ରାଜୀବ ଙ୍କ ବିରୋଧ ରେ ମେ ୨୧ ରେ ଏହି ନୋଟିସ ଜାରି କରିଛି ସିବିଆଇ। ଯାହା ଦ୍ଵାରା ଏବେ ରାଜୀବ କୁମାର ଙ୍କ ବିଦେଶ ଯାତ୍ରା ପୂର୍ବରୁ ସିବିଆଇ ଙ୍କୁ ସୂଚନା ଦେବେ ବିମାନ ବନ୍ଦର କର୍ତ୍ତୃପକ୍ଷ।

ଚିଟ୍ ଫଣ୍ଡ ଅଭିଯୁକ୍ତ ଙ୍କୁ ସୁରକ୍ଷା ଦେବା କୁ ପ୍ରାଣ ନଷ୍ଟ କରିଦେବା ଅଭିଯୋଗ ରେ ଓ ନିର୍ବାଚନ ପୂର୍ବରୁ ଚର୍ଚ୍ଚା ରେ ରହିଥିବା ସାରଦା ଓ ରୋଜଭ୍ୟାଲି ଚିଟଫଣ୍ଡ କୁ ଠିକ୍ ଭାବରେ ଯାଞ୍ଚ୍ କରିନଥିବା ନେଇ ଅଭିଯୋଗ ରହିଥିଲା ରାଜୀବ ଙ୍କ ନାଆଁ ରେ। ଏଥି ପାଇଁ ତାଙ୍କୁ ପଚରା ଉଚୁରା କରିବା ପାଇଁ ସିବିଆଇ ରାଜୀବ ଙ୍କୁ ଗିରଫ କରିବ ପାଇଁ ଚାହୁଁଛି। ପୂର୍ବରୁ ସୁପ୍ରିମ କୋର୍ଟ ରାଜୀବ ଙ୍କ ଗିରଫଦାରୀ ଉପରେ ମେ ୨୪ ପର୍ଯ୍ୟନ୍ତ ରୋକ୍ ଲଗାଇଥିଲା। କିନ୍ତୁ ସମୟ ସୀମା ସରିଯାଇଥିବା ସେ ରାଜୀବ ଙ୍କ ବିରୁଦ୍ଧ ରେ ଲୁକ୍ ଆଉଟ୍ ନୋଟିସ ଜାରି କରିଛି।

ନୋଟିସ ଜାରି ହୋଇ ସରିବା ପରେ ରାଜୀବ ଙ୍କୁ ଯେ କୌଣସି ମୁହୂର୍ତ୍ତରେ ଗିରଫ କରି ପରେ ପୋଲିସ। ପୂର୍ବରୁ ଏହି ମାମଲା ରେ ରାଜୀବ ଙ୍କୁ ପଚରାଉଚୁରା କରାଯିବ ବେଳେ ଗଣ୍ଡୋଗୋଳ ପରିସ୍ଥିତି ଦେଖିବାକୁ ମିଳିଥିଲା। ଏପରିକି ସିବିଆଇ ଅଧିକାରୀ ଙ୍କୁ ପୋଲିସ ନିଜ ହେପାଜତକୁ ନେବାକୁ ମଧ୍ୟ ପଛାଇନଥିଲା। ଯାହାକୁ ନେଇ ବିବାଦ ଦେଖାଯାଇଥିଲା।

Leave a Reply

Your email address will not be published. Required fields are marked *