ରାସ୍ତାରେ ସାଇକେଲ ରେ ଯାଉଥିବା ଯୁବକ ଙ୍କ ଉପରେ ଭାଙ୍ଗି ପଡିଲା ବିଦ୍ୟୁତ ଖୁଣ୍ଟ ,ଯୁବକ ଗୁରୁତର

ନିକଟରେ ବାତ୍ୟା ଫନି ଦ୍ୱାରା ବିଦ୍ୟୁତ ବିଭାଗର ଖୁଣ୍ଟ ଗୁଡିକ ଭୁଶୁଡିପଡିଥିବା ବେଳେ ,ବିଦ୍ୟୁତ ବିଭାଗର ଖୁଣ୍ଟି କୁ ନେଇ ବହୁ ଚର୍ଚ୍ଚା ଚାଲିଥିଲା ,ସାଧାରଣତଃ ଅଭିଯୋଗ ହେଇଥିଲା କି ଖୁଣ୍ଟି ଗୁଡିକ ଅତି ନିମ୍ନ ମାନର I ଏହା ସହିତ ଅଧିକାଂଶ ଅଞ୍ଚଳରେ ଖୁଣ୍ଟ ଗୁଡିକ ନଷ୍ଟ ହେଇଯାଇଥିଲେ ମଧ୍ୟ ବିଭାଗ ତରଫରୁ ସେଗୁଡିକୁ ବଦଳା ଯାଉନାହିଁ I ଯାହାଫଳରେ ଅଘଟଣ ଘଟୁଛି I ସେମିତି ଏକ ଅଘଟଣ ଆଜି ଘଟିଛି ଅନୁଗୋଳ ଜିଲା ବଅଁରପାଳ ଅନ୍ତର୍ଗତ ନୂଆହତା ନିକଟରେ I ଜାତୀୟ ରାଜପଥ ରେ ଜଣେ ଯୁବକ ସାଇକେଲ ନେଇ ଯାଉଥିବା ବେଳେ ହଠାତ ରାସ୍ତାପାର୍ଶ୍ୱରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ଯାଇ ଯୁବକ ଙ୍କ ଉପରେ ପଡିଥିଲା I ଏହାଦ୍ୱାରା ଯୁବକ ଗୁରୁତର ହେଇଛନ୍ତି I

Leave a Reply

Your email address will not be published. Required fields are marked *