ବିଜେଡି ଉତ୍ତରାଧିକାରୀ ତଥା ପୁତୁରା ଅରୁଣ ଙ୍କ ପାଇଁ ହିଞ୍ଜିଳି ଛାଡ଼ିବେ ନବୀନ! ଓଡିଶା ରାଜନୀତି ରେ ନୂଆ ମୁଁହ

ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଶେଷରେ ବିପୁଳ ପରିମାଣରେ ବିଜୟୀ ହେଇଛି ନବୀନ ଙ୍କ ନେତୃତ୍ୱାଧୀନ ବିଜେଡି ଦଳ I ପଞ୍ଚମ ଥର ପାଇଁ ନବୀନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ବେଳେ ହିଞ୍ଜିଳି ଏବଂ ବିଜେପୁର ରେ ଦୁଇଟି ଆସନ ରେ ବିପୁଳ ଭୋଟ ରେ ବିଜୟୀ ହେଇଛନ୍ତି ନବୀନ I ତେବେ ଚର୍ଚ୍ଚା ଚାଲିଛି କି ହିଞ୍ଜିଳି ବିଧାନସଭା ଆସନକୁ ନବୀନ ପଟନାୟକ ଛାଡ଼ିପାରନ୍ତି I ନିୟମ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଗୋଟିଏ ଆସନ ଛାଡିବାକୁ ବାଧ୍ୟ Iତେବେ ଶୁଣାଯାଉଛି କି ମୁଖ୍ୟମନ୍ତ୍ରୀ ଏହି ଆସନ ଟି ନିଜ ପୁତୁରା ଅରୁଣ ପଟନାୟକ ଙ୍କ ପାଇଁ ଛାଡ଼ିବେ I

ସୂଚନା ମୁତାବକ ନିର୍ବାଚନ ପୂର୍ବରୁ ଅରୁଣ ଙ୍କୁ ଆକାଶ ଙ୍କ ନିର୍ବାଚନ ମଣ୍ଡଳୀ କୋରେଇ ରୁ ଟିକେଟ ଦିଆଯାଇ ରାଜନୀତି ରେ ଏଣ୍ଟ୍ରି କରାଯାଇଥାନ୍ତା,ଏପରିକି ଅରୁଣ ପଟନାୟକ ଫ୍ୟାନ କ୍ଲବ ନାମରେ ତାଙ୍କ ପ୍ରଚାର ମଧ୍ୟ କରାଯାଉଥିଲା

କିନ୍ତୁ ରାଜନୈତିକ ସମୀକରଣ ରୁ ଜଣାପଡିଥିଲା କି ଅରୁଣ ଙ୍କୁ ବହୁମତ ମିଳିନପାରେ ତେଣୁ ତାଙ୍କୁ ରାଜନୀତି କୁ ସିଧାସଳଖ ଅଣା ନଯାଇ ତାଙ୍କ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଥିବା ଚର୍ଚ୍ଚା ହୁଏ I

ଯେଉଁଥିପାଇଁ ନବୀନ ହିଞ୍ଜିଳି ସହିତ ପଶ୍ଚିମଓଡିଶା ବିଜେପୁର ରୁ ମଧ୍ୟ ଲଢ଼ଥିଲେ I ଦୁଇଟି ଯାକ ଆସନ ରୁ ମଧ୍ୟ ନବୀନ ବିଜୟୀ ହେଇଛନ୍ତି I ନିୟମ ମୁତାବକ ନବୀନ ଗୋଟିଏ ଆସନ ଛାଡ଼ିବେ ,ତେବେ ଚର୍ଚ୍ଚା ହେଉଛି କି ନବୀନ ହିଞ୍ଜିଳି ଛାଡି ଏହି ଆସନ କୁ ପୁତୁରା ଅରୁଣ ଙ୍କ ଦାୟିତ୍ୱ ରେ ଦେବେ I ଏବଂ ନିଜେ ପଶ୍ଚିମଓଡିଶା ର ସଂଗଠନ ଦାୟିତ୍ୱ ହାତକୁ ନେବେ I କାହିଁକିନା ବୟସ ଦୃଷ୍ଟିରୁ ଆଗାମୀ ନିର୍ବାଚନ ନବୀନ ପଟନାୟକ ଲଢ଼ିବା ବୋଧହୁଏ ସମ୍ଭବ ହେବନାହିଁ I ତେଣୁ ଏହାରି ଭିତରେ ହିଁ ବିଜେଡି ଉତ୍ତରାଧିକାରୀ ଙ୍କ ‘ରାଜ୍ୟାଭିଷେକ’ କରାଯାଇ ଓଡ଼ିଶାରେ ତାଙ୍କୁ ଏଣ୍ଟ୍ରି କରାଯାଇପାରେ ବୋଲି ଚର୍ଚ୍ଚା ଚାଲିଛି I

Leave a Reply

Your email address will not be published. Required fields are marked *