ଅମିତ୍ ଶାହାଙ୍କୁ ରକ୍ଷା ମନ୍ତ୍ରୀ କରାଗଲେ ପାକିସ୍ତାନ ସୁଧୁରି ଯିବ: ଶିବସେନା

2019 ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରଚଣ୍ଡ ବହୁମତ ପାଇ ବିଜୟ ହାସଲ କରିବା ପରେ ଦିଲ୍ଲୀରେ ତାର ସରକାର ଗଠନ କରିଛି I ରାଜନୈତିକ ଦଳ ଦେଶ ଭିତରର ସମସ୍ୟାକୁ ଛାଡି ଦେଶ ବାହାରର ସମସ୍ୟା ବିଷୟରେ ବିଚାର ଆରମ୍ଭ କରିଥିବା ବେଳେ ସବୁଠୁ ପ୍ରଥମେ ଶିବସେନା ତାର ବୟାନ ଦେଇଛି I

ଦେବସେନା ହିସାବରେ ଯଦି ଅମିତି ସାହାଙ୍କୁ ରକ୍ଷା ମନ୍ତ୍ରୀ ବନାଇଦିଆଯାଏ ତାହେଲେ ପାକିସ୍ତାନର ସେହି ଚିକିତ୍ସା ହେଇଯିବ ଯାହା ଆଜିପର୍ଯ୍ୟନ୍ତ ହେଇନାହିଁ I ଆଉ ଏହା ମଧ୍ୟ କହିଲେ ପାକିସ୍ତାନକୁ ଧୂଳି ଚଟାଇବା ପାଇଁ ଅମିତି ସାହା ରକ୍ଷା ମନ୍ତ୍ରୀ ହେବା ନିହାତି ଜରୁରୀ Iଶିବସେନାର ଏହି ବୟାନ ଏନ୍ଡିଏର ପ୍ରାରମ୍ଭିକ ଚରଣରେ ଏକତାକୁ ଦର୍ଶାଉଛି I

ଶିବସେନା ସହିତ ରାମବିଳାସ ପାସୱାନ ପୁରା ମଜଭୁତିର ସହ ଠିଆ ହେଇଥିବାର ଦେଖାଯାଇଛି I ଭାରତୀୟ ଜନତା ପାର୍ଟି ଆସୁଥିବା ସମୟରେ ସ୍ଥାନୀୟ ବିଧାନ ସଭା ନିର୍ବାଚନରେ ସେ ତା ନିଜପାଇଁ ଶୁଭ ସଂକେତ ଆଣିପାରେ ଯେତେବେଳେକି ବିପକ୍ଷ ଦଳର ଗଣ୍ଠବନ୍ଧନ ନିଜ ବିରୋଧୀଭାସି ବୟାନ ପାଇଁ ପ୍ରଥମରୁ ଚର୍ଚ୍ଚାକୁ ଆସିଯାଇଛି I ଶିବସେନା ବୟାନରେ କହିଲା ଅମିତି ସାହା ରକ୍ଷା ମନ୍ତ୍ରୀ ହେବାଦ୍ବାରା ପାକିସ୍ତାନ ସୁଧୁରିଯାଇପାରେ I

Leave a Reply

Your email address will not be published. Required fields are marked *