ପୁଅ ନେଉଥିଲେ ଶପଥ,ଘରେ ଟିଭିରେ ଦେଖି ତାଳି ମାରୁଥିଲେ ମା ହୀରାବେନ

ଲୋକସଭା ନିର୍ବାଚନରେ ବିଜେପି ଐତିହାସିକ ବିଜୟ ହାସଲ କରିବା ପରେ ପି.ଏମ ନରେନ୍ଦ୍ର ମୋଦିଙ୍କ ସହ ସମସ୍ତ ମନ୍ତ୍ରୀମଣ୍ଡଳର ସଦସ୍ୟ ଗୁରୁବାର ଦିନ ପଦ ଓ ଗୋପନୀୟତାର ଶପଥ ନେଲେ I ପ୍ରଚଣ୍ଡ ବହୁମତ ପାଇ ଦୁତୀୟ ଥର ପାଇଁ କ୍ଷମତାକୁ ଫେରିବା ପରେ ପି.ଏମ ନରେନ୍ଦ୍ର ମୋଦି ଆଉଥରେ ପ୍ରଧାନମନ୍ତ୍ରୀ ପଦର ଶପଥ ଗ୍ରହଣ ନେଲେ I

ମୋଦିଙ୍କ ମା ଗୁଜୁରାଟର ଗାନ୍ଧିନଗରରେ ରୁହନ୍ତି I ସେ ଘରେ ବସି ଟିଭିରେ ମୋଦିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ଦେଖୁଛନ୍ତି I ବିଜେପି ଏହି ଲୋକସଭା ନିର୍ବାଚନରେ 303 ସିଟି ପାଇଁ ବିଜୟ ହାସଲ କରିଥିଲା I ମୋଦି ଶପଥ ଗ୍ରହଣ କରିବା ପୂର୍ବରୁ ଦିଲ୍ଲୀର ରାଜଘାଟରେ ଥିବା ଅଟଳ ବିହାରୀ ବାଜପୋୟୀଙ୍କ ସମାଧୀରେ ଶ୍ରଧାଞ୍ଜଳି ଦେବାକୁ ଯାଇଥିଲେ I ପୂର୍ବ ଥର ଭଳି ଏଥର ମଧ୍ୟ ଏନ୍ଡିଏ ପି.ଏମ ମୋଦିଙ୍କ ଚେହେରା ନେଇ ନିର୍ବାଚନ ଲଢ଼ିଥିଲା ଓ 2014 ନିର୍ବାଚନ ଠାରୁ ଅଧିକ ସିଟି ହାସଲ କରିଥିଲା I ମୋଦିଙ୍କ ଶପଥ ଗ୍ରହଣ ସମୟରେ ତାଙ୍କ ମାହୀରାବେନ ଘରେ ବସି ଶପଥ ଗ୍ରହଣ ଦେଖୁଥିଲେ I

Leave a Reply

Your email address will not be published. Required fields are marked *