ସ୍ୱାମୀର ମୁଣ୍ଡ କାଟି ଥାନାରେ ପହଞ୍ଚିଲା ସ୍ତ୍ରୀ, କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଗଲା ପୁଲିସ

ଆସାମ ରେ ଏକ ଏଭଳି ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆସାମ ର ଲକ୍ଷ୍ମୀପୁରା ରେ ସ୍ଵାମୀ ସ୍ତ୍ରୀ ର କଳହ ରୁ ସ୍ତ୍ରୀ ସ୍ଵାମୀ ର ମୁଣ୍ଡ କାଟି ଥାନା ରେ ଯାଇ ହାଜର ହୋଇଥିଲେ। ମଦୁଆ ସ୍ୱାମୀର ଅତ୍ୟାଚାର ସହି ନ ପାରି ସ୍ତ୍ରୀ ଏଭଳି କାର୍ଯ୍ୟ କରିଥିଲେ। ଯାହା କି ଏବେ ସ୍ଥାନୀୟ ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଠି କରିଛି।

ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ ଆସାମ ର ଲକ୍ଷ୍ମୀପୁରା ର ଗୁଣଶ୍ୱରି ଙ୍କୁ ତାଙ୍କ ସ୍ବାମୀ ପ୍ରତିଦିନ ମଦ ପିଇ କି ଆସି ମାଡ଼ ମାରୁଥିଲେ। ଘରେ ଥିବା କୁରାଢି ରେ ସ୍ଵାମୀ ଗୁଣସ୍ୱରି ଙ୍କୁ ମାରୁଥିବା ବେଳେ କେତବଳେ ତାଙ୍କୁ ହତ୍ୟା କେରିଦେବେ ବୋଲି ତାଙ୍କର ଭୟ ଥିଲା। ମଙ୍ଗଳବାର ଦିନ ସ୍ଵାମୀ ତାଙ୍କୁ କୁରାଢି ରେ ମାରୁଥିବା ବେଳେ ସେ ନିଜ ଜୀବନ ରକ୍ଷା କରିବାକୁ ସେହି କୁରାଢି ରେ ସ୍ଵାମୀ ଙ୍କ ହତ୍ୟା କରିଥିଲେ।

Leave a Reply

Your email address will not be published. Required fields are marked *