ଆଜି ହେଉଛି ବିଶ୍ବ ତମାଖୁ ବର୍ଜନ ଦିବସ ।ଆସନ୍ତୁ ତମାଖୁ ବର୍ଜନ ପାଇଁ ଶପଥ ନେବା

ଆଜି ହେଉଛି ବିଶ୍ବ ତମାଖୁ ବର୍ଜନ ଦିବସ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତରଫରୁ ୧୯୮୭ରୁ ପ୍ରତିବର୍ଷ ମେ ୩୧ରୁ ବିଶ୍ବ ତମାଖୁ ବର୍ଜନ ଦିବସ ରୁପେ ପାଳନ କରାଯାଇଆସୁଛି । ଏହି ଦିନରେ ଚବିଶ ଘଣ୍ଟା ପର୍ଯ୍ୟନ୍ତ କୈଣସି ଧରଣ ତମାଖୁ ସେବନ ନ କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରାଇବା ଓ ଏହାର କ୍ଷତିକାରକ ଦିଗ ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ସଚେତନାତା ଆଣିବା ଉକ୍ତ ଦିବସ ପାଳନର ମୁଳ ଲକ୍ଷ । ମୁଖ୍ୟତଂଃ ଆଜିର ଯୁବପିଢୀ ହିଂଁ ତମାଖୁ ର ପ୍ରଥମ ଶିକାର ହେଉଛନ୍ତି ।

ଅପରପକ୍ଷେ ତମାଖୁ ନିୟନ୍ତ୍ରଣ ପାଇଁ କିଛି ବର୍ଷ ହେବ ସର୍ବସାଧାରଣ ସ୍ଥାନରେ ଧୂମପାନ କରିବା, ବିଦ୍ୟାଳୟଠାରୁ ୧୦୦ ମିଟର ଦୂରରେ ତମାଖୁ ଦୋକାନ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଜରିମାନା ଆଦାୟ ର ନିୟମ କରାଯାଇଛି। ଚାରିଆଡ଼େ ଖୁଲମଖୁଲା ଭାବେ ଗୁଟ୍‌ଖା ବିକ୍ରି ଚାଲିଥିଲେ ହେଁ ନିୟମିତ ଚଢ଼ଉର ଅଭାବ ଯୋଗୁଁ ଦୋକାନୀ ଓ ବେଆଇନ ଭାବେ ଗୁଟ୍‌ଖା କାରବାର ବୃଦ୍ଧି ପାଉଛି। ସର୍ବସାଧାରଣରେ ଧୂମପାନ ପାଇଁ ଯେତିକି ଜରିମାନା ରହିଛି, ତାହା ଯଥେଷ୍ଟ ନୁହେଁ। ତେଣୁ ଲୋକମାନେ ଏହାକୁ ଖାତିର କରୁନାହାନ୍ତି। ଏ ଦୃଷ୍ଟିରୁ ଲୋକମାନଙ୍କ ମଧ୍ୟରେ ସତଚେନତା ସୃଷ୍ଟି କରିବା ପାଇଂଁ ସରକାରୀ ଓ ଅନେକ ସ୍ବେଚ୍ଛା ସେବୀ ଅନୁଷ୍ଠାନ ଉଦ୍ୟମ ଚଲାଇଛନ୍ତି । ଏପରିକି ତମାଖୁ ଉତ୍ପାଦ ଖୋଳ ରେ ବି ବିଭିନ୍ନ ବିଜ୍ଞାପନ ଦିଆଯାଉଚି।ଯାହାକି ଫଳପ୍ରଦ ହେବାର କିଛି ନଜିର ନାହିଂଁ। ତେବେ ସଚେତନତା ହିଂଁ ତମାଖୁର ବ୍ୟବହାର କମାଇପାରିବ।

ତମାଖୁ ଅନେକ ପ୍ରକାର ରହିଛି । ଯେପରି ବିଡି,ସିଗାରେଟ ,ଗଂଜେଇ, ଗୁଟ୍‌ଖା, ଜର୍ଦ୍ଦା, ଗୁଣ୍ଡି ଭଳି ବ୍ୟବହାର ହୋଇଥାଏ। ତମାଖୁରେ ୭ ହଜାରରୁ ଅଧିକ ବିଷାକ୍ତ ପଦାର୍ଥ ରହିଥାଏ। ତହିଁରୁ ୬୦ଟି ପଦାର୍ଥ କର୍କଟ ରୋଗ ସୃଷ୍ଟି କରିଥାଏ। ତମାଖୁ ସେବନ ଦ୍ବାରା ମୁଖ୍ୟତଃ ଫୁସଫୁସ, ମୁଖ ଗହ୍ବର, ଜିଭ, ବାକ୍ ଯନ୍ତ୍ର ଓ ମୁତ୍ରାଶୟରେ କର୍କଟ ରୋଗ ଦେଖାଦେଇଥାଏ। ଗର୍ଭସ୍ଥ ଶିଶୁର ସ୍ବାସ୍ଥ୍ୟ ଓ ଜୀବନ ଉପରେ ପ୍ରଭାବ ପକାଇଥାଏ। ଗର୍ଭପାତ, ସମୟ ପୂର୍ବରୁ ଜନ୍ମ ଓ ମୃତ ଛୁଆ ମଧ୍ୟ ଜନ୍ମ ହେବାର ଆଶଙ୍କା ରହିଛି।

ତମାଖୁ ସେବନ ର ମୁଖ୍ୟ ରୋଗ ହେଉଛି କର୍କଟ । ଉଭୟ ଯୁବ ପିଢ଼ି ଓ ବୟସ୍କ ବିଭିନ୍ନ ପ୍ରକାର ତମାଖୁ ସେବନ କରି କର୍କଟରେ ଆକ୍ରାନ୍ତ ହେଉଛନ୍ତି। ତମାଖୁର ଭୟାବହତା ନେଇ ସଚେତନତା ସୃଷ୍ଟି କରାଯାଉଥିଲେ ମଧ୍ୟ ଫଳଶୂନ୍ୟ । ଯାହାଫଳରେ ପ୍ରତି ବର୍ଷ ତମାଖୁ ସେବନର ପରିମାଣ ବଢ଼ିବା ସହ କର୍କଟ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।ଏହି ତମାଖୁ ବଜାର ରେ ଅତି ସହଜରେ ମିଳୁ ଥିବାରୁ ଆଜିର ଯୁବ ପିଢୀ ଏହାକୁ ଅତିସହଜରେ ପାଇପାରୁଛନ୍ତି।ନିୟମରେ କଠୋରତା କମ ରହିଥିବାରୁ ପ୍ରତିବର୍ଷ ଏହାର ସେବନ ଦ୍ବାରା ଅନେକ ସୁନ୍ଦର ସଂସାର ,ଘର ଉଜୁଡି ଯାଉଛି।ଏଣୁ ଅଜିର ଯୁବ ପିଢୀ ଓ ଗୁରୁଜନ ମାନଙ୍କୁ ନିବେଦନ ଏପରି ମୃ୍ତ୍ୟୁମୁଖକୁ ଟାଣୁଥିବା ଓ ନଜଲୋକ ଙ୍କୁ ଦୁରେଇ ନେଇଯାଉଥିବା ତମାଖୁ ବର୍ଜନ କରିବ ପାଇଂଁ ଆସନ୍ତୁ ଆଜି ର ଦିନରେ ପ୍ରତିଜ୍ଞା କରିବା।

ଜ୍ଞାନ ରଞନ ପଣ୍ଡା,କିଶୋର ନଗର ,କଟକ

Leave a Reply

Your email address will not be published. Required fields are marked *