ପଦବୀ ନୁହେଁ ସେବା ଲକ୍ଷ: ଶପଥ ଗ୍ରହଣ ଉତ୍ସବକୁ ସାଇକେଲ୍‌ ଚଢ଼ି ରାଷ୍ଟ୍ରପତି ଭବନକୁ ଯାଇଥିବା ଦୁଇ ଜଣ ମନ୍ତ୍ରୀ

ମୋଦି ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ବହୁତ୍ ମାନ୍ୟଗଣ୍ୟ ବ୍ୟକ୍ତି ମନ୍ତ୍ରୀ ପରିଷଦ ସମସ୍ତେ କାର ଯୋଗେ ଆସି ପହଂଚିଛନ୍ତି।କିନ୍ତୁ ଏମାନଙ୍କ ମଧ୍ୟରୁ ଦୁଇ ଜଣ ମନ୍ତ୍ରୀ ବାରି ହୋଇ ପଡିଛନ୍ତି।ଏବଂ ସେମାନେ ଶପଥ ଗ୍ରହଣ ଉତ୍ସବ କୁ ସାଇକେଲ ରେ ଆସି ପହଂଚିଛନ୍ତି।

ସେମାନେ ହେଲେ ବିଜେପିର ମନସୁଖ୍ ଲାଲ୍ ମାଣ୍ଡବୀୟ ଏବଂ ଅର୍ଜୁନ ରାମ ମେଘୱାଲ୍।ଶପଥ ଗ୍ରହଣ ଉତ୍ସବକୁ ସେମାନେ ଘରୁ ସାଇକେଲ ଚଢି ଆସିଥିଲେ।ଗତ ୫ ବର୍ଷ ଧରି ସାଇକେଲ ଚଳାଇ ଆସୁଥିବା ୪୬ ବର୍ଷୀୟ ମାଣ୍ଡବୀୟ ଙ୍କୁ ଏକଥା ପଚରାଯିବାରୁ ସେ କୁହନ୍ତି ସାଇକେଲ ଚଳାଇବା ତାଙ୍କର ଫେସନ୍ ନୁହେଁ ଏହା ତାଙ୍କର ଆବେଗ।

ଆଇଏଏସ ଅଫିସରୁ ନେତା ପାଲଟିଥିବା ଅର୍ଜୁନ ରାମ ମେଘୱାଲ୍ ମଧ୍ୟ ଅବେଗିକ କାରଣରୁ ସାଇକେଲ ଚଢି ଅଫିସ୍ ଯାଉଥିଲେ।୨୦୧୬ ରେ ମନ୍ତ୍ରୀ ହେବା ପରେ ସେ ସାଇକେଲ ଚଢିବା ଛାଡିଦେଇଥିଲେ। ବିକାନେରର କିସ୍ ମିଦେସାର୍ ଗାଁର ଗୋଟିଏ ତନ୍ତୀ ପରିବାରରେ ଜାତ ମେଘୱାଲ୍ ୨୦୦୯ ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

Leave a Reply

Your email address will not be published. Required fields are marked *