ବିଜେପି କୁ ମିଳିଗଲା ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରାଥୀ ,ନବୀନ ଙ୍କୁ ଟକ୍କର ଦେବେ ପ୍ରତାପ

ପଲ୍ଲୀ ରୁ ଦିଲ୍ଲୀ ଏବେ ସବୁଆଡେ ଗୋଟିଏ ଚର୍ଚ୍ଚା I ପ୍ରତାପ ଷଡ଼ଙ୍ଗୀ I ବାଲେଶ୍ୱର ର ଏକ ଗାଁ ରୁ ପ୍ରଥମ ଥର ପାଇଁ ସାଂସଦ ଭାବରେ ବିଜୟ ହେବା ପରେ କେନ୍ଦ୍ର ରେ ମନ୍ତ୍ରୀପଦ ପାଇବା ସମସ୍ତଙ୍କୁ ଚକିତ କରିଦେଇଛି I ନିଜର ସରଳ ଜୀବନ ଯାପନ ପାଇଁ ଅତି ସହଜରେ ପ୍ରତିପକ୍ଷ ଦୁଇ କୋଟିପତି ପ୍ରାଥୀ ଙ୍କୁ ମାତ ଦେଇ ଜିତିଥିବା ପ୍ରତାପ ଙ୍କୁ ନେଇ ଏବେ ଜାତୀୟ ଗଣମାଧ୍ୟମ ରେ ବ୍ରେକିଙ୍ଗ ନିଉଜ ପରିବେଷଣ କରାଯାଉଛି I

ତେବେ ୟା ମଧ୍ୟରେ ଯେଉଁ ବଡ କଥା ଟି ଆସୁଛି ତାହା ହେଉଛି ପ୍ରତାପ ଙ୍କ ମନ୍ତ୍ରୀପଦ I ପ୍ରଥମ ଥର ପାଇଁ ଜିତିଥିବା ପ୍ରତାପ ଙ୍କୁ ମନ୍ତ୍ରୀପଦ ମିଳିବା କେହି ବି ବିଶ୍ୱାସ କରିପାରୁନାହାନ୍ତି ,ଏପରିକି ନିଜେ ପ୍ରତାପ ମଧ୍ୟ ଚକିତ ହେଇଯାଇଥିଲେ I

ବିଶେଷ କରି ଓଡିଶା ରେ ବିଜେପି ର ସ୍ଥିତି ସୃଦୁଢ କରିବା ପାଇଁ ପ୍ରତାପ ଙ୍କୁ ଏହି ଗୁରୁ ଦାୟିତ୍ୱ ଦିଆଯାଇଥିବା ଚର୍ଚ୍ଚା ହେଉଛି I ଏମିତିରେ ଦେଖିବାକୁ ଗଲେ ସାରା ଭାରତ ରେ ମୋଦି ଲହର ଚାଲିଥିବା ବେଳେ ଓଡ଼ିଶାରେ ଧର୍ମେନ୍ଦ୍ର ପ୍ରଧାନ ଙ୍କ ନେତୃତ୍ୱରେ ଏହା ବିଫଳ ହେଇଥିଲା I ମୋଟାମୋଟି କହିବାକୁ ଗଲେ ନବୀନ ପଟନାୟକ ଙ୍କ ସମକ୍ଷକ ଭାବରେ ଓଡ଼ିଶାରେ କାହାକୁ ବି ଗ୍ରହଣ କରିପାରିନାହାନ୍ତି ଓଡ଼ିଶାବାସୀ I ନିଜର ସାଦାସିଦା ଚଳଣି ପାଇଁ ସବୁବେଳେ ଓଡ଼ିଶାବାସୀ ଙ୍କ ହୃଦୟ ଛୁଇଁ ପାରିଥିବା ନବୀନ ଙ୍କୁ ଟକ୍କର ଦେବା ଭଳି 20ବର୍ଷ ଭିତରେ କୌଣସି ନେତା ସୃଷ୍ଟି ହେଇପାରିନଥିଲେ I

ପ୍ରଥମଥର ପାଇଁ ପ୍ରତାପ ଷଡ଼ଙ୍ଗୀ ଙ୍କ ଭଳି ଅତି ସାଦା ସିଧା ବ୍ୟକ୍ତି ବିଜେଡି ର ତୁଙ୍ଗ ନେତା ତଥା କୋଟିପତି ସାଂସଦ ରବୀନ୍ଦ୍ର ଙ୍କୁ ହରାଇ ରାତାରାତି ଜାତୀୟ ସ୍ତରରେ ହିରୋ ପାଲଟିଯାଇଛନ୍ତି I ଅବଶ୍ୟ ପ୍ରତାପ ଷଡ଼ଙ୍ଗୀ ଓଡ଼ିଶାରେ ଜଣେ ପରିଚିତ ଚେହେରା I ପ୍ରତାପ ଙ୍କୁ କେନ୍ଦ୍ର ରେ ମନ୍ତ୍ରୀ କରାଯାଇ ଓଡିଶା ରେ ତାଙ୍କ ଗୁରୁତ୍ୱ ବଢାଇବା ପାଇଁ ଏପରି କରଯାଇଥିବା ଚର୍ଚ୍ଚା ହେଉଛି

I ଆଗାମୀ ନିର୍ବାଚନ ରେ ହୁଏତ ପ୍ରତାପ ଙ୍କ ନେତୃତ୍ୱରେ ବିଜେପି ନିର୍ବାଚନ ଲଢ଼ିପାରେ ,ଯଦି ଏହା ସଫଳ ହୁଏ ତାହେଲେ କୁହାଯାଇପାରେ ଯେ ବିଜେପି ର ମୁଖ୍ୟମନ୍ତ୍ରୀ ପ୍ରାଥୀ ପ୍ରତାପ ଷଡ଼ଙ୍ଗୀ I

Leave a Reply

Your email address will not be published. Required fields are marked *