ବାଲେଶ୍ୱର ରେ ସାମ୍ବାଦିକ ଙ୍କୁ ଗୋଡ଼ାଇ ହାଣିଦେଲେ

ବାଲେଶ୍ୱର ରେ ଜଣେ ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ ହେଇଛି I ସୂଚନା ଅନୁଯାଇ ଦୈନିକ ଖବର କାଗଜର ସାମ୍ବାଦିକ ପ୍ରତାପ ପାତ୍ର ବିଳମ୍ବିତ ରାତ୍ରିରେ ଘରକୁ ଫେରୁଥିବା ସମୟରେ ପାରୁଳିଆ ଛକରେ କିଛି ଦୁର୍ବୁର୍ତ୍ତ ତାଙ୍କୁ ଫଲୋ କରି ଗୋଡ଼ାଇଥିଲେ ଏବଂ ତାଙ୍କ ଠାରୁ ସୁନା ଚେନ , ମୋବାଇଲ ଛଡାଇ ନେଇ ଧାରୁଆ ଅସ୍ତ୍ର ରେ କ୍ଷତ ବୀକ୍ଷତ କରି କରି ପକାଇଛନ୍ତି I ସାମ୍ବାଦିକ ଜଣଙ୍କ ଜୀବନ ବିକଳରେ ଚିତ୍କାର କରିବା ସମୟରେ ସେଠାରେ ସ୍ଥାନୀୟ ଲୋକେ ଘେରି ଯାଇଥିଲେ ଏବଂ ଦୁର୍ବୁର୍ତ୍ତ ମାନେ ପଳାଇଥିଲେ I ସାମ୍ବାଦିକ ଙ୍କୁ ସ୍ଥାନୀୟ ହସ୍ପିଟାଲ ରେ ଭର୍ତି କରାଯିବା ସହିତ ଘଟଣାର ତଦନ୍ତ ଜାରି ରହିଛି I

Leave a Reply

Your email address will not be published. Required fields are marked *